38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଡ଼୍ରଗ୍ସ ଲିଙ୍କରେ କମେଡ଼ିଆନ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ଗିରଫ

ଡ଼୍ରଗ୍ସ ଲିଙ୍କରେ କମେଡ଼ିଆନ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ଗିରଫ

ମୁମ୍ବାଇ : ମାଫିଆ ଓ ବଲିଉଡ଼ର ଲିଂଙ୍କ ବିଷୟରେ ଯାଞ୍ଚ କରୁଥିବା ନାର୍କୋଟିକ୍ସ ବ୍ୟୁରୋ ଗତକାଲି ପୁଣି ସକ୍ରିୟ ହୋଇଥିଲା । ଏଥର ଲିଂଙ୍କରେ ପ୍ରସିଦ୍ଧ କମେଡ଼ିଆନ ଭାରତୀ ସିଂଙ୍କ ନାମ ଆଗକୁ ଆସିଥିଲା । ତେଣୁ ନାର୍କୋଟିକ୍ସ ବ୍ୟୁରୋ ଶନିବାର ରାତିରେ ଭାରତୀ ସିଂ ଙ୍କ ଘରେ ଚଢାଉ କରିଥିଲ । ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଉପରେ ଡ଼୍ରଗ୍ସ ସେବନର ଆରୋପ ଥିଲା । ତେବେ ଘର ଯାଞ୍ଚ ସମୟରେ ୮୬.୪ ଗ୍ରାମର ଗଞ୍ଜେଇ ଓ କିଛି ନିଶାଦ୍ରବ୍ୟ ମିଳିଥିଲ। । ଗତକାଲି ରାତିର ଭାରତୀଙ୍କ ଲୋଖଣ୍ଡୱାଲା , ଅନ୍ଧେରୀ ଓ ବର୍ଷବା ସ୍ଥିତ ଘରକୁ ମଧ୍ୟ ଚଢାଉ କରିଥିଲା ଏନସିବି । ଦିର୍ଘ ୩ଘଣ୍ଟାର ପଚରାଉଚରା ପରେ ସଂନ୍ଧ୍ୟା ପ୍ରାୟ ୬ଟା ସମୟରେ ଭାରତୀ ସିଂ ଗିରଫ ହୋଇଥିଲେ । ତେବେ ସ୍ୱାମୀ ହର୍ଷଙ୍କ ଗିରଫକୁ ନେଇ କୌଣସି ତଥ୍ୟ ଏବେ ମଧ୍ୟ ସ୍ପଷ୍ଟ କରାଯାଇନାହିଁ ।
ତେବେ ଶନିବାର ରାତିରେ ତାଙ୍କୁ ଏନସିବିର ଅଫିସରେ ରଖାଯାଇଥିଲ ଓ ରବିବାର ଦିନ ରେ ଭାରତୀଙ୍କୁ କୋର୍ଟକୁ ନିଆଯିବ । ପଚରାଉଚରା ସମୟରେ ସେ ମାନିଥିଲେ ଯେ ସେ ଓ ତାଙ୍କ ସ୍ୱାମୀ ଡ଼୍ରଗ୍ସର ସେବନ କରନ୍ତି । ତେବେ ସେମାନେ କୋଉଁଠୁ ଡ଼୍ରଗ୍ସ ଆଣୁଥିଲେ । କିଏ ତାଙ୍କୁ ଏହି ନିଶା ଦ୍ରବ୍ୟ ପହଞ୍ଚାଉଥିଲା ସେ ନେଇ ସ୍ୱାମୀ ହର୍ଷଙ୍କୁ ମଧ୍ୟ ଏନସିବି ଟିମ ପ୍ରଶ୍ନ କରିଥିଲା ।

ସୂଚନାଥାଉକି ସୁସାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ଡ଼୍ରଗ୍ସର ଆଙ୍ଗେଲ ସାମନାକୁ ଆସିବା ପରେ ଏନିସିବି ଟିମ ଆଜିକୁ ପ୍ରାୟ ୪ ମାସ ହେବ ଲଗାତର ଭାବେ ବିଭିନ୍ନ ଯାଗାରେ ଚଢାଉ କରୁଛି । ବଲିଉଡର ବହୁତ଼ ନାମୀ ଷ୍ଟାର ତଥା ଦିପୀକା ପାଦୂକୋନ, ରାକୁଲ ପ୍ରିତ , ଅର୍ଜୁନ ରାମପାଲ ,ଶ୍ରଦ୍ଧା କପୁରଙ୍କ ନାରେ ମଧ୍ୟ ମାମଲା ରୁଜୁ କରାଯାଇଛି ।
ଅମୃ୍‌ତ ସରର ଭାରତୀ ସିଂ ଜଣେ ସଫଳ ଓ ଲୋକପ୍ରିୟ କମେଡ଼ିଆନ ଭାବେ ବହୁତ ପ୍ରସିଦ୍ଧ । କମେଡ଼ି ନାଇଟସରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ଓ ୨୦୧୮ରେ ‌ଷ୍ଟୋରି ଲେଖକ ତତା ପ୍ରେମିକ ହର୍ଷ ଲାମ୍ବାଚିଆଙ୍କୁ ବିବାହ କରିଥିଲେ । ପ୍ରାୟ ୪୦୦ରୁ ଉର୍ଦ୍ଧ ଶ୍ଟେଜ ଶୋ ଓ ବିଭିନ୍ନ ରିୟଲିଟି ସୋରେ ଆଙ୍କରିଂ ଓ ହୋଷ୍ଟିଂ କରଛନ୍ତ ଭାରତି । ଏବେ ସୋନି ଟିଭିରେ ପ୍ରସାରିତ ,କପିଲ ନାଇଟ୍ସ ଓ ଇଣ୍ଡିଆନ୍ସ ବେଷ୍ଟ ଡ଼୍ୟାନସରରେ ସେ ହୋଷ୍ଟିଂ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking