34.1 C
Bhubaneswar
Friday, March 29, 2024
Homeଓଡିଶାଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଝାରଖଣ୍ଡ ସରକାରଙ୍କ ଇଚ୍ଛା ଡ଼୍ୟାମ ପ୍ରକଳ୍ପ କାର୍ଯ୍ୟକୁ ଯାଥା ଶୀଘ୍ର ସାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହା ସହ ସୁର୍ବଣ୍ଣରେଖା ଚାନ୍ଦିଲୀ ଡ଼୍ୟାମର ବନ୍ୟା ନିୟନ୍ତ୍ରଣ ଓ ଇଚ୍ଛା ଡ଼୍ୟାମ ପାଇଁ ସରକାରଙ୍କ ଅଧିଗ୍ରହଣରେ ଥିବା ୫୧୬୯ ଏକର ଜମି ସଂମ୍ପର୍କରେ ଚିଠି ଲେଖିଛନ୍ତି ଜଣାଇଛନ୍ତି । ଶ୍ରୀ ପଟ୍ଟନାୟକ ହୋଇଥିବା ତ୍ରପାକ୍ଷିକ ଚୁକ୍ତି ଅନୂସାରେ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇଛନ୍ତି ଓ ନିଜ ରାଜ୍ୟର ଅଶଂଧନ ବାବଦକୁ ୧୦୨୭ କୋଟି ଟଙ୍କା ଦେଇଥିବା ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାବାସୀ ଜଳସେଚନ , ବନ୍ୟା ପରିଚାଳନା ଓ କୃଷି କ୍ଷେତ୍ରରେ ଉପକୃତ ହେବେ ବୋଲି କହିଛନ୍ତି । ଝାରଖଣ୍ଡ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ଫୋନ ଯୋଗେ କଥାବାର୍ତ୍ତା କରି ଦୁଇ ରାଜ୍ୟର ବରିଷ୍ଠ ପଦଧିକାରୀ ଙ୍କ ମଧ୍ୟରେ ଭଡ଼ିଓ କନଫରେସିଂ ମାଧ୍ୟମରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking