27.1 C
Bhubaneswar
Tuesday, May 7, 2024
Homeକରୋନାବଦଳୁଛି ଡେଲ୍‌ଟା ଭାରିଏଣ୍ଟର ଲକ୍ଷଣ....

ବଦଳୁଛି ଡେଲ୍‌ଟା ଭାରିଏଣ୍ଟର ଲକ୍ଷଣ….

ନୂଆଦିଲ୍ଲୀ: ଡେଲ୍‌ଟା ଭାରିଏଣ୍ଟ ଏବେ ସାରା ପୃଥିବୀରେ ଆତଙ୍କ ଖେଳାଇ ଦେଇଛି। କରୋନାର ଏହି ନୂଆ ଭାରିଏଣ୍ଟ କେବଳ ଦ୍ରୁତ ଗତିରେ ସଂକ୍ରମିତ ହେଉନି ବରଂ ଏହାର ଲକ୍ଷଣ ବି ଅନ୍ୟ ଭାରିଏଣ୍ଟଠାରୁ ଭିନ୍ନ ଥିବା ଦେଖିବାକୁ ମିଳୁଛି । ଏବେ ଏକ ନୂଆ ରିସର୍ଚ୍ଚରୁ ଜଣାଯାଇଛି, ଏବେ ଆପଣଙ୍କୁ ସାଧାରଣ ଜର, ଥଣ୍ଡା ହୁଏ କିମ୍ବା ନାକରୁ ପାଣି ବାହାରେ ତେବେ ଏହା ଡେଲ୍‌ଟା ଭାରଏଣ୍ଟ ଲକ୍ଷଣ ବି ହୋଇପାରେ। ଏହି ରିସର୍ଚ୍ଚ ଅଷ୍ଟ୍ରେଲିଆ ଗ୍ରିଫିଥ ୟୁନିଭର୍ସିଟି ପକ୍ଷରୁ କରାଯାଇଥିଲା। ଗବେଷକଙ୍କ କହିବା ଅନୁଯାୟୀ, ଭୂତାଣୁ ଯେତେ ବିକଶିତ ହେଉଛି,ଏହାର ଲକ୍ଷଣରେ ସେତେ ପରିବର୍ତ୍ତନ ଆସୁଛି। ଏହି ରିସର୍ଚ୍ଚ ପାଇଁ ଡାଟା ବ୍ରିଟେନରୁ ନିଆଯାଇଥିଲା।

କାରଣ ଅଧିକ ଡେଲ୍‌ଟା କେସ୍ ଏହିଠାରେ ହିଁ ଦେଖିବାକୁ ମିଳିଛି। ଗବେଷଣା କରୁଥିବା ବିଶେଷଜ୍ଞ ଲାରା ହେରୋରେଙ୍କ କହିବା ଅନୁଯାୟୀ, ଜ୍ୱର ଏବଂ କାଶ ଏହି ରୋଗର ପ୍ରାଥମିକ ଲକ୍ଷଣ। ଏହା ବ୍ୟତୀତ ମୁଣ୍ଡ ବିନ୍ଧା, ଗଳା ଦରଜ ହେବା ପରି ଲକ୍ଷଣ ବି ଦେଖିବାକୁ ମିଳିଥାଏ। ହେଲେ ନାକରୁ ପାଣି ବହିବା ପରି ଲକ୍ଷଣ କମ୍‌ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ। ଏହା ଏବେ ନବମ ସ୍ଥାନରେ ରହିଛି। ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଅଦହାନୋମ ଗେବ୍ରେୟେସସ୍‌ ସୂଚନା ଦେଇ କହିଛନ୍ତି, ବିଶ୍ୱରେ କୋଭିଡ-୧୯ ଏବେ ଏକ ବିପଦଜ୍ଜନକ ସ୍ଥିତିରେ ଅଛି। ଏହାର ଡେଲ୍‌ଟା ଭାରଏଣ୍ଟ ଅଧିକ ଭୟଙ୍କର। ଏହି ଭାରିଏଣ୍ଟ ସମୟାନୁସାରେ ଲଗାତାର ନିଜର ରୂପ ବଦଳାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking