31.1 C
Bhubaneswar
Tuesday, May 7, 2024
Homeଓଡିଶାଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ

ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ

ତେଲକୋଇ : ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ । ଆଜି ସକାଳୁ ଗୋଟିଏ କଣ୍ଟେନରରୁ ୧୦୦ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଜଵାହାଳ ଗାଁ କାଳୀ ମନ୍ଦିର ନିକଟରେ ଆଜି ସକାଳ ସମୟରେ ଗୋଟିଏ କଣ୍ଟେନରରୁ କିଛି ଶବ୍ଦ ଆସୁଥିବା ଶୁଣି ଗାଁ ଲୋକେ ସନ୍ଦେହ କରି କଣ୍ଟେନର ପାଖକୁ ଯାଇଥିଲେ । ଉପରକୁ ଚଢି ଦେଖିଲାବେଳକୁ ଗୋରୁ ଗୁଡିକୁ ଅତି ଦୟନୀୟ ଅବସ୍ଥାରେ ଗୋଡ ବନ୍ଧା ହୋଇ ଲଦା ହୋଇଛନ୍ତି । କଣ୍ଟେନରଟି ରାତିରେ ଯାଉଥିବା ବେଳେ ଖରାପ ହୋଇଯିବାରୁ ଡ୍ରାଇଭର ଭୟରେ ଗାଡିକୁ ଛାଡି ପଳାଇ ଥିଲା । ତେବେ ସମସ୍ତ ଗୋରୁ ଗୁଡିକୁ ସୁରକ୍ଷିତ ଭାବେ ଗାଁ ଲୋକେ ଉଦ୍ଧାର କରିଛନ୍ତି । ସେଥିମଧ୍ୟରୁ ତିନୋଟି ଗୋରୁଙ୍କର ଅବସ୍ଥା ସଂଙ୍କଟାପନ୍ନ ରହିଥିବା ଜଣାପଡିଛି । ଖବର ପାଇ ତେଲକୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଣ୍ଟେନର ଓ ଗୋରୁ ଗୁଡିକୁ ନିଜ ହେପାଜତକୁ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking