28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଚୀନରେ ଆତଙ୍କ : ବ୍ୟାପୁଛି ଆଉ ଏକ ମହାମାରୀ, ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

ଚୀନରେ ଆତଙ୍କ : ବ୍ୟାପୁଛି ଆଉ ଏକ ମହାମାରୀ, ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ

ନୂଆଦିଲ୍ଲୀ: ଚୀନରେ ଆତଙ୍କ । ଏଥର କରୋନା ନୁହେଁ, ବ୍ୟାପୁଛି ଆଉ ଏକ ମହାମାରୀ । ନେଉଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଏହା ଦେଖି ଛାନିଆ ହୋଇଗଲେନି ଚାଇନା ଲୋକେ । କ’ଣ କରିବେ ସେ କଥା ଭାବି ନ ପାରି ତ୍ରାହି ତ୍ରାହି ଡାକ ଛାଡିଲେଣି । ଏମିତି ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ସତର୍କ ସୂଚନା ସାରା ଦେଶରେ ଆତଙ୍କ ଖେଳାଇ ଦେଇଛି । ମହାମାରୀ କରୋନା ସଙ୍କଟ ସମୟରେ ସାରା ବିଶ୍ୱକୁ ଆଉ ଏକ ଚେତାବନୀ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଚୀନରେ ବ୍ୟାପିବାରେ ଲାଗିଛି ବାର୍ଡ ଫ୍ଲୁ ଭ୍ୟାରିଆଣ୍ଟ ଏଚ୍‌୫ଏନ୍‌୬ । କୁକୁଡା ଶରୀରରେ ଦେଖାଯାଉଥିବା ଏହି ଘାତକ ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଚୀନରେ ଏବେ ବାର୍ଡ ଫ୍ଲୁ ଜନିତ ମୃତ୍ୟୁ ହାର ୫୦ ପ୍ରତିଶତରେ ପହଞ୍ଚିଛି । ଯାହାକି ଚିନ୍ତାଜନକ ବିଷୟ ପାଲଟିଛି । ତେଣୁ ଏଚ୍‌୫ଏନ୍‌୬ ବାର୍ଡ ଫ୍ଲୁ ଭ୍ୟାରିଆଣ୍ଟକୁ ଟ୍ରାକ୍ କରିବାକୁ ଚୀନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି । ଏବେ ଚୀନରେ ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳକୁ ନଜରରେ ରଖିବାର ଆବଶ୍ୟକତା ରହିଛି । ଏହାଦ୍ୱାରା ସମ୍ଭାବ୍ୟ ବିପଦକୁ ଟାଳିହୋଇ ପାରିବ । ଏଚ୍‌୫ଏନ୍‌୬ ବାର୍ଡ ଫ୍ଲୁ ଭ୍ୟାରିଆଣ୍ଟ ଦ୍ୱାରା ସୃଷ୍ଟି ହେଉଥିବା ଗମ୍ଭୀର ବିପଦକୁ ନେଇ ମଧ୍ୟ ଚୀନର ରୋଗ ନିୟନ୍ତ୍ରଣ କେନ୍ଦ୍ର ଚିନ୍ତା ପ୍ରକଟ କରିଛି । ଅପର ପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ, ଯେଉଁଭଳି ଭାବରେ ବାର୍ଡ ଫ୍ଲୁ ବ୍ୟାପୁଛି ତାହାକୁ ଅଣଦେଖା କରିହେବ ନାହିଁ । ଏହାଦ୍ୱାରା ସଂକ୍ରମିତ ଲୋକଙ୍କ ମୃତ୍ୟୁ ହାର ବଢିବ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆହୁରି ମଧ୍ୟ କହିଛି ଯେ, ଏଯାବତ୍ ମଣିଷରୁ ମଣିଷ ଶରୀରକୁ ବାର୍ଡ ଫ୍ଲୁ ବ୍ୟାପିବା ନେଇ କୌଣସି ପ୍ରମାଣ ମିଳିନାହିଁ । ହେଲେ ଯେତେ ଜଣ ସଂକ୍ରମିତ ହୋଇଛନ୍ତି, ସମସ୍ତେ ଗମ୍ଭୀର ସମସ୍ୟା ଦେଇ ଗତି କରୁଛନ୍ତି । ଏହାର ଲକ୍ଷଣ ଥଣ୍ଡା ଓ ନିମୋନିଆ ଭଳି ହୋଇଥିବା ଜଣାପଡିଛି । ସଂକ୍ରମଣ ରୋକିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା ବେଳେ ସତର୍କ ରହିବାକୁ କୁହାଯାଇଛି । ମଲା ପକ୍ଷୀଙ୍କ ଠାରୁ ଯଥା ସମ୍ଭବ ଦୂରରେ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଏହା ସହ ପକ୍ଷୀମାନଙ୍କୁ ନେଇ କାମ କରୁଥିବା ଲୋକମାନେ ସତର୍କ ଓ ସଫା ସୁତୁରା ରହିବା ପାଇଁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking