36.7 C
Bhubaneswar
Tuesday, April 16, 2024
Homeଓଡିଶାଆଜି ବି ବଞ୍ଚିଛି ମାନବିକତା

ଆଜି ବି ବଞ୍ଚିଛି ମାନବିକତା

ଭୁବନେଶ୍ୱର : ଆଜିର ସ୍ବାର୍ଥ ପର ଦୁନିଆ ରେ ଟଙ୍କା ଯେତେ ସବୁ ବିଶୃଙ୍ଖଳା ଘଟିଥାଏ। ଟଙ୍କା ପାଇଁ ହତ୍ୟା କରିବାକୁ ମଧ୍ୟ ପଛେଇ ନଥାଏ ଏହି ମଣିଷ। ମାତ୍ର ଦୁନିଆ ରେ ଏଭଳି ବି ଲୋକ ଅଛନ୍ତି,ଯେଉଁ ମାନେ ଟଙ୍କା ଲୋଭରେ ବଶବର୍ତ୍ତୀ ନ ହୋଇ ମହାନତା ଦେଖାଇଥାନ୍ତି । ଦେଖିବାକୁ ସାଧା ସିଧା ମଣିଷ ଟିଏ ସେ ଜଣେ ସମାଜସେବୀ ମୁଣ୍ଡ ନୁଆଁଇ ଯିବ ତାଙ୍କ ମାନବିକତା ଆଗରେ ନାଁ ହେମନ୍ତ ଦାସ ସୋମବାର ବାଲିଆପାଳ ଅଞ୍ଚଳ ରେ ଏଭଳି ଏକ ଘଟଣା ଆଚମ୍ବିତ କରିଥିବା ବେଳେ ସମସ୍ତ ଙ୍କ ପାଇଁ ଏକ ଉଦାହରଣ ସୁଷ୍ଟି କରିପାରିଛନ୍ତି ସମାଜସେବୀ ହେମନ୍ତ ଦାସ ।

ରାତି ପ୍ରାୟ 9ଟା ସମୟରେ ସିମୁଳିଆ ବଜାର ରୁ ପାଇଥିଲେ ଗୋଟିଏ ବ୍ୟାଗ ,ସେଥିରେ ଥିଲା ଟଙ୍ଗା ସୁନା ଗହଣା 7ଟି ଏଟିଏମ୍ ଗୋଟିଏ ମୋବାଇଲ 3ଟି ପାସ୍ ବୁକ୍ 3ଟି ଚେକ୍ ବହି ଡ୍ରାଇଭିଙ୍ଗ୍ ଲାଇସେନ୍ସ ଆଧାର କାର୍ଡ ପାନ୍ କାର୍ଡ ଓ ଜରୁରୀ କାଗଜ ପତ୍ର ଥିଲା। ତେବେ ସେ ପାରୁଳିଆ ଛକ ନିକଟରେ ଥିବା ବିଜୁ ଜନତା ଦଳ ଅଫିସ୍ ରେ ଦେଖାଇ ଥିଲେ।ବ୍ୟାଗ ଟି ଖୋଲି ଦେଖିଥିଲେ ତେବେ ଆଧାର କାର୍ଡ଼ ଓ ବ୍ୟାଙ୍କ ଖାତା ରୁ ଜାଣିବାକୁ ପାଇଁ ଥିଲେ ଯେ ଜାମ୍ମୁକୁଣ୍ଡା ଗ୍ରାମ ପଞ୍ଚାୟତ ର କାଳରୁହି ଗ୍ରାମ ର ସାହୁ ବସ୍ ମାଲିକ୍ ଜୟନ୍ତ କୁମାର ସାହୁ ଙ୍କର ବୋଲି ଜାଣିଥିଲେ । ତେବେ ସେ ଯୁବ ନେତା ଲମ୍ବୋଧର ମାହାନା ଙ୍କ ସହୟତାରେ ଶେଷରେ ଫୋନ୍ ଯୋଗେ ଯୋଗା ଯୋଗୁଁ କରିଥିଲେ ଜୟନ୍ତ ଙ୍କ ସହିତ ଏବଂ ପାରୁଳିଆ ବିଜେଡି ପାଟି ଅଫିସ୍ ଙ୍କୁ ଡାକି ଥିଲେ। ତେବେ ସେଠାରେ ଯୁବ ସମାଜସେବୀ ହେମନ୍ତ ଦାସ ପାଇଁ ଥିବା ବ୍ୟାଗ ଟିକୁ ସାହୁ ବସ୍ ମାଲିକ ଜୟନ୍ତ ସାହୁ ଙ୍କୁ ଫେରାଇ ଥିଲେ। ଏଭଳି ମହାନତା ଙ୍କୁ ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଧୁ ପାଲଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking