28.1 C
Bhubaneswar
Saturday, April 27, 2024
Homeଅପରାଧକ୍ଲିନିକ୍‌ରେ ଅସ୍ତ୍ରୋପଚାର ବେଳେ ନବ ବିବାହିତାଙ୍କ ମୃତ୍ୟୁ

କ୍ଲିନିକ୍‌ରେ ଅସ୍ତ୍ରୋପଚାର ବେଳେ ନବ ବିବାହିତାଙ୍କ ମୃତ୍ୟୁ

ବ୍ରହ୍ମପୁର : ସୋମବାର ବ୍ରହ୍ମପର ସହରର ନୂଆବସଷ୍ଟାଣ୍ଡ ନିକଟ ଭାବା ନଗର ଗଳିିସ୍ଥିତ ଗୁରୁଦେବ କ୍ଲିନିକରେ ଜଣେ ଡାକ୍ତରଙ୍କ ଖାମଖିଆଲ ଅସ୍ତ୍ରୋପଚାର ଏବଂ ଆନାସ୍ଥେସିଆ ଡାକ୍ତରଙ୍କ ମନୋମୁଖି କାର୍ଯ୍ୟ ଯୋଗୁଁ ଲାଞ୍ଜିପଲ୍ଲି ଅଞ୍ଚଳର ଜଣେ ନବବିବାହିତ ମହିଳା ଐଶର୍ଯ୍ୟା ସିଂଦେଓ (୨୪)ଙ୍କ ସୋମବାର ରାତି ୧୦ଟାରେ ମୃତ୍ୟୁ ଘଟିଛି । ସାମାନ୍ୟ ଆପେଣ୍ଡିସାଇଟସ ଅସ୍ତ୍ରୋପଚାର କରି ନବବିବାହିତାଙ୍କ ଜୀବନ ଚାଲିଯାଇଛି । ଘଟଣା ପରେ ପରିବାର ଏବଂ ସମ୍ପର୍କୀୟମାନେ କ୍ଲିନିକରେ ପାଟିତୁଣ୍ଡ କରିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ଗୋଟିଏ ପ୍ଲାଟୁନ୍ ପୁଲିସ ସହ ଏସଡିପିଓ ବିଷ୍ଣୁପ୍ରସାଦ ପତି, ବୈଦ୍ୟନାଥପୁର ଥାନାଧିକାରୀ ଶାରଦାପ୍ରସାଦ ଦାଶ ପ୍ରମୁଖ ପହଞ୍ôଚଥିଲେ । ପରିସ୍ଥିତି ଶାନ୍ତ ହେବା ପରେ ନବ ବିବାହିତାଙ୍କ ଶବକୁ ବଡମେଡିକାଲକୁ ନିଆଯାଇଥିଲା । ସର୍ଜରୀ ଡାକ୍ତର ପ୍ରଭାତ ପାଣିଗ୍ରାହୀଙ୍କୁ ପୁଲିସ ମଧ୍ୟ ରାତ୍ରରେ ଥାନାକୁ ନେଇଯାଇଥିଲା । ସକାଳେ ଏøଶର୍ଯ୍ୟାଙ୍କ ମୃତ ଦେହକୁ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ତାଙ୍କୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇଥିବା ପରିବାର ଲୋକଙ୍କଠାରୂ ସୂଚନା । ପୁଲିସ ଏହି ମାମଲାରେ ସର୍ଜରୀ ଡାକ୍ତର ପ୍ରଭାତ ପାଣିଗ୍ରାହୀ ଓ ଆନେସ୍ଥେସିଆ ଡାକ୍ତର ପ୍ରଭାତିରାଣୀ ମିଶ୍ରଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି । ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦେବା ପରେ ପୁଲିସ ୩୦୪(ଏ)ରେ ମାମଲା ରୁଜୁ କରିବା ସହ କ୍ଲିନିକ୍‌ର କାଗଜପତ୍ର ଆଦି ଯାଞ୍ଚ କରୁଛି । ତେବେ ଗୁରୁଦେବ ମାଲିକ ତ୍ରିନାଥ ସ୍ୱାଇଁ ଫେରାର ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଦେଢ ବର୍ଷ ପୂର୍ବେ ଲାଞ୍ଜିପଲ୍ଳି ଅଞ୍ଚଳର ଐଶର୍ଯ୍ୟା ସେହି ଅଞ୍ଚଳର ସୁଭ୍ରଜିତ୍ ସାମନ୍ତଙ୍କ ସହ ବିବାହ କରିଥିଲେ । ସୋମବାର ସକାଳେ ଏଶର୍ଯ୍ୟାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେବା ଯୋଗୁଁ ତାଙ୍କୁ ଗୁରୁଦେବ କ୍ଲିନିକରେ ଆଡମିସନ କରାଯାଇଥିଲା । ତେବେ ଅସ୍ତ୍ରୋପଚାର ସରିବା ପରେ ଐଶର୍ଯ୍ୟା ପେଟରେ ଭୀଷଣ ବ୍ୟଥା ହେଉଥିବା ଦର୍ଶାଇ ଚିତ୍କାର କରୁଥିଲେ । ପରିବାର ଲୋକେ ତୁରନ୍ତ ଡାକ୍ତର ପାଣିଗ୍ରାହୀଙ୍କୁ ଡାକିଥିଲେ । ଡାକ୍ତର ଆସି ଦେଖିବା ବେଳେ ଐଶର୍ଯ୍ୟାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଆନେସ୍ଥେସିଆ ଡାକ୍ତର କେଉଁଆଡେ ଚାଲିଯାଇଥିବା ବେଳେ ଡାକ୍ତର ପ୍ରଭାତ ପାଣିଗ୍ରାହୀ ଏବଂ କ୍ଲିନିକ୍ ମାଲିକ ତ୍ରିନାଥ ସ୍ୱାଇଁ ସେଠାରେ ଉପସ୍ଥିତ ଥିଲେ । ଐଶର୍ଯ୍ୟାଙ୍କ ପରିବାର ଲୋକେ ଘଟଣାକୁ ନେଇ ପାଟିତୁଣ୍ଡ କରିବା ସହ ପରିସ୍ଥିତି ଉତ୍ତେଜନାମୂଳକ ହୋଇଥିଲା । ପୁଲିସ ଆସି ଡାକ୍ତରଙ୍କୁ ଉଦ୍ଧାର କରି ନେବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ତେବେ ସର୍ଜରୀ ଡାକ୍ତର ପ୍ରଭାତ ପାଣିଗ୍ରାହୀଙ୍କ ଖାମଖିଆଲ ଅସ୍ତ୍ରୋପଚାର ଏବଂ ଆନେସ୍ଥେସିଆ ଡାକ୍ତରଙ୍କ ପକ୍ଷରୁ ହାଇଡୋଜ୍ ଦିଆଯାଇଥିବା ଯୋଗୁଁ ଐଶର୍ଯ୍ୟାଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିବା ସହ ପାଟିତୁୁଣ୍ଡ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking