28.1 C
Bhubaneswar
Friday, March 29, 2024
Homeଅପରାଧପୁଅକୁ ମାରି ଖଣ୍ଡ ଖଣ୍ଡ କରିଦେଲା ମା ....

ପୁଅକୁ ମାରି ଖଣ୍ଡ ଖଣ୍ଡ କରିଦେଲା ମା ….

ତାମିଲନାଡୁ : ତାମିଲନାଡୁରେ ଘଟିଛି ଏପରି ଲୋମ ହର୍ଷଣକାରୀ ଘଟଣା । ମା ସାଜିଛି ପୁଅର ହତ୍ୟାକାରୀ । ଏହି ଘଟଣା ତାମିଲନାଡୁ ର କୁମବାମର ଅଟେ । ଏକ ମୁଣ୍ଡ ବିହୀନ ଖଣ୍ଡ ବିଖଣ୍ଡିତ ଶରୀର ପାଇ ପୋଲିସ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଛି । ଶରୀରଟି ୨୦ ବର୍ଷର ବିଘ୍ନେଶ୍ୱର ନାମକ ଯୁବକର ବୋଲି ଜଣାପଡିଛି । ଶରୀର ର ବିଭିନ୍ନ ଅଂଶ ସହରର ବିଭିନ୍ନ ଜାଗାରେ ପଡ଼ିରହିଛି ପୋଲିସ ର ଯାଞ୍ଚରୁ ଜଣାପଡିଛି ।
ଏକ ମହିଳା କିଛି ଜିନିଷ ଏକ ଅଖା ରେ ଭର୍ତି କରି ପିଙ୍ଗୁଥିବାର ଲୋକେ ଦେଖିଛନ୍ତି ଯାହା କି ସହର ର ବିଭିନ୍ନ ଜାଗାରେ ପଡ଼ିରହିଛି । ପୋଲିସ ସିସିଟିଭି ଯାଞ୍ଚରୁ ଯୁବକର ମା କୁ ପଚାରିବାରୁ ସେ ଏହାକୁ ମାନିଛନ୍ତି । ମହିଳା ଜଣଙ୍କ ପୁଅ ର ନୀତିଦିନ ର ବ୍ୟବହାର ରେ ବିରକ୍ତି ହୋଇଯାଇଥିଲେ ଓ କିଛିନା କିଛି ହଂଗାମା ଘରେ ସୃଷ୍ଟି କରୁଥିଲେ ନିଜ କାର୍ଯ୍ୟସ୍ଥଳରେ ସର୍ବଦା ନିଶାଶକ୍ତ ଅବସ୍ଥାରେ ମିଳୁଥିବା ବେଳେ ଅନେକ ଚୋରି ମାମଲାରେ ବି ସମ୍ପୃକ୍ତ ଥିଲେ । ପ୍ରତେକ ଦିନ ଏଭଳି ଚାଲିଥିବା ବେଳେ ରବିବାର ଦିନ ପୁଅ ବିଘ୍ନେଶ୍ୱର ଘରକୁ ଆସିଲେ ମା ତାଙ୍କୁ ଖାଦ୍ୟରେ ବିଷ ମିଶାଇ ଖାଇବାକୁ ଦେଇଥିଲେ ଓ ପରେ ତାଙ୍କର ମୁତ୍ୟୁ ହୋଇଥିଲା। ମୃତୁ ପରେ ପୁଅର ଶରୀର ରୁ ମୁଣ୍ଡ କୁ ଅଲଗା କରି ସମ୍ପୂର୍ଣ ଶରୀରକୁ କାଟି ସହର ର ବିଭିନ୍ନ ସ୍ଥାନରେ ପକାଇଦେଇଥିଲେ ମା । ଏହି କାମରେ ମହିଳା ଙ୍କୁ କିଏ ସାହାଯ୍ୟ କରିଥିଲା ତାହା ଏଯାଏ ପୋଲିସ ଜାଣିପାରିନାହିଁ । ତେବେ ଏ ନେଇ ତଦନ୍ତ ଜାରି ରଖିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking