29.1 C
Bhubaneswar
Sunday, July 13, 2025
Homeଓଡିଶାଦାଦନ ଯାଇ ଫେରିନି ପୁଅ : ବାଟକୁ ଚାହିଁ ରହିଛନ୍ତି ବାପା-ମା

ଦାଦନ ଯାଇ ଫେରିନି ପୁଅ : ବାଟକୁ ଚାହିଁ ରହିଛନ୍ତି ବାପା-ମା

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲ। ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତ ଟିଆଙ୍ଗିଆ ମଣ୍ଡାସରୁ ଗ୍ରାମର କନ୍ଦପତି ଦିଗାଲଙ୍କ ପୁଅ ଶିବାଜି ଦିଗାଲ (୨୧) ଗତ କିଛିଦିନ ହେଲା ନିଖୋଜ ଅଛନ୍ତି । ସେ ଘୁ.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ୨ ପରୀକ୍ଷାରେ ଫେଲ୍ ହେବା ପରେ ପରିବାରର ଆର୍ଥିକ ବୋଝକୁ ଦୂର କରିବା ପାଇଁ ଦାଦନ ଖଟିବାକୁ ମାଙ୍ଗାଲୋରକୁ ଗତ ୨୦୧୮ ମସିହା ଅଗଷ୍ଟ ମାସରେ ଯାଇଥିଲେ । ସେଠାରେ ସେ ଶ୍ରୀକ୍ରିଷ୍ଣା ନାମକ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଦୀର୍ଘ ୨ ବର୍ଷ ରହିବା ପରେ ଗତ ଜାନୁଆରି ୧୩ ତାରିଖରେ ଶିବାଜୀ ମାଙ୍ଗାଲୋରରୁ ଫେରୁଛି ବୋଲି ପରିବାର ଲୋକଙ୍କୁ ଫୋନ କରି କହିଥିଲେ । ନିର୍ଦ୍ଧାରିତ ଦିନରେ ପୁଅ ଘରେ ନପହଞ୍ଚବାରୁ ବାପା, ମା’ ବ୍ୟସ୍ତହୋଇ ଫୋନ କରିଥିଲେ ସୁଦ୍ଧା ଉକ୍ତ ନମ୍ବର ସୁଇଚ୍ ଅଫ୍ ରହିଥିଲା । ପରେ ବାପା କନ୍ଧପତି ମାଙ୍ଗାଲୋରର ଶ୍ରୀକ୍ରିଷ୍ଣା କମ୍ପାନୀରେ ଖୋଜି ଖୋଜି ପହଞ୍ôଚଥିଲେ । କମ୍ପାନିର ମାଲିକ ଶମିର ଖାଦର ସହ ସାକ୍ଷାତ କରି ତାଙ୍କ ପୁଅ ଶିବାଜୀ ବିଷୟରେ ପଚାରି ବୁଝିଥିଲେ । ଶିବାଜୀଙ୍କୁ ରେଲୱେ ଷ୍ଟେସନରେ ଜଣେ ଦିଲ୍ଲୀର ଯୁବକଙ୍କ ସହିତ ଛାଡି ଦେଇଥିବା କମ୍ପାନୀ ମାଲିକ ସମୀର ଖାଦର କହିଥିଲେ । ଏପରିକି ଟ୍ରେନରେ ବସିଥିବାର ଫଟୋ ମଧ୍ୟ ଦେଖାଇଥିଲେ । ଶିବାଜୀଙ୍କ ସହ ଯାଇଥିବା ଦିଲ୍ଲୀର ଯୁବକଙ୍କ ସହ ମାଲିକ ଶମିର ଖାଦର ଫୋନରେ କଥା ହୋଇଥିଲେ । ତେବେ ଶିବାଜୀ ଭୁବନେଶ୍ୱରରେ ଟ୍ରେନରୁ ଓହ୍ଲାଇ ଯାଇଥିଲେ ବୋଲି ଉକ୍ତ ବ୍ୟକ୍ତିଜଣକ କହିଥିଲେ । କମ୍ପାନୀ ମାଲିକ ସମିର ଖାଦର ଶିବାଜୀର ଟ୍ରେନରେ ବସିବାର ଫଟୋ ଉଠାଇଲେ କାହିଁକି ଓ ଶିବାଜୀ ଘରେ ଏପର୍ଯ୍ୟନ୍ତ ପହଞ୍ôଚିଲେନି କାହିଁକି ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
କନ୍ଧପତି ମାଙ୍ଗାଲୋର ରେଲୱେ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଧା ଫଳ କିଛି ମିଳିନାହିଁ । କନ୍ଧପତି ବିଧାୟକ ସାଲୁଗା ପ୍ରଧାନଙ୍କ ଜରିଆରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଅବଗତ କରିଥିଲେ । ଶ୍ରମ ମନ୍ତ୍ରୀ ଏହାର ତଦନ୍ତ ପାଇଁ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ପରେ ଶ୍ରମ ବିଭାଗର ଅଧିକାରୀମାନେ ଶିବାଜୀର ବାପା,ମା’ଙ୍କୁ ସନ୍ତୋଷଜନକ ଉତ୍ତର ଦେଇନଥିଲେ । ପରେ କନ୍ଦପତି ରାଇକିଆ ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ମଧ୍ୟ ପୁଲିସ ଅଭିଯୋଗ ଗ୍ରହଣ କରିନଥିଲା । ପୁଣିଥରେ କନ୍ଦପତି ବିଧାୟକଙ୍କୁ ଯୋଗାଯୋଗ କରିବାରୁ ପୁଲିସ୍ ମାମଲା ରୁଜୁ କରିଥିବା ଜଣାପଡିଛି । ଏହା ସତ୍ତ୍ୱେ କୌଣସି ସୁଫଳ ମିଳିନଥିବାରୁ ସେ ଗତ ୮ ତାରିଖ ଦିନ ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟାଳୟର ଜନୈକ କର୍ମଚାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଶିବାଜୀ ନିଖୋଜ ହେବାର ପ୍ରାୟ ୩୫ ଦିନ ବିତିଯାଇଥିବା ସତ୍ତ୍ୱେ ଏଯାବତ୍ ତାଙ୍କର କୌଣସି ଖୋଜ୍ ଖବର ମିଳୁନି । ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ଶିବାଜୀଙ୍କୁ ଖୋଜି ବାହାର କରିବା ପାଇଁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking