27.1 C
Bhubaneswar
Thursday, April 25, 2024
Homeଓଡିଶାବାପ଼ନପଲ୍ଲୀରେ ବିଏସଏଫ ପକ୍ଷରୁ ଜନ ସମ୍ପର୍କ ଶିବିର

ବାପ଼ନପଲ୍ଲୀରେ ବିଏସଏଫ ପକ୍ଷରୁ ଜନ ସମ୍ପର୍କ ଶିବିର

ମାଲକାନଗିରି :ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଦୁର୍ଗମ ବାପ଼ନପଲ୍ଲୀ ଗ୍ରାମରେ ବିଏସଏଫ୍ ଯବାନଙ୍କ ପକ୍ଷରୁ ଜନ ସମ୍ପର୍କ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ କରାଯାଇଛି। ପଡିଆ ସ୍ଥିତ ୭୬ ବାଟାଲିଅନ୍ ବିଏସଏଫ ପକ୍ଷରୁ ବାପ଼ନପଲ୍ଲୀ ଗ୍ରାମ ହାଟପଦା ଠାରେ ଏହି ଶିବିର ଆୟୋଜନ କରାଯାଇ ମାଗଣା ରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟା ଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଏସଏଫ ର କମ୍ପାନି କମାଣ୍ଡାଣ୍ଟ ଆର୍ କେ ଯାଦବ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଇନିସପେକ୍ଟର ତରୁଣ କୁମାର ଓ ବିଏସଏଫ ଇଣ୍ଟିଲିଜେନ୍ସ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ଥାନୀୟ ଲୋକ କୁ ଗାମୁଛା, ଶାଢୀ, ରୋଷେଇ ଉପକରଣ, ଚାଦର ଓ ପିଲାଙ୍କୁ ଖାତା, କଲମ, ପେନସିଲ ସମେତ ବିଭିନ୍ନ କ୍ରୀଡା ସାମଗ୍ରୀ ପ୍ରଦାନ କରାଯାଇଥିଲା। ସ୍ଥାନୀୟ ଯୁବକ ଙ୍କୁ ଉତ୍ସାହିତ କରିବା ପାଇଁ ଭଲି ବଲ, ଫୁଟବଲ୍ ଓ ନେଟ୍ ସମେତ ବିଭିନ୍ନ କ୍ରୀଡ଼ା ସମାଗ୍ରୀ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଏସଏଫ ପକ୍ଷରୁ ଡାକ୍ତର୍ ଲକ୍ଷ୍ମଣ ସିଂ ଲୋକଙ୍କ ବିଭିନ୍ନ ପରୀକ୍ଷା କରିବା ସହ ଲକ୍ଷାଧିକ ଟଙ୍କା ର ଔଷଧ ବାଣ୍ଟିଥିବା କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking