28.9 C
Bhubaneswar
Sunday, May 5, 2024
Homeଓଡିଶାଖାଁ ଖାଁ ରେ ପାଳିତ ହୋଇଛି ପ୍ରଭୁ ରାମଚନ୍ଦ୍ରଙ୍କ ନବମୀ ପୂଜା

ଖାଁ ଖାଁ ରେ ପାଳିତ ହୋଇଛି ପ୍ରଭୁ ରାମଚନ୍ଦ୍ରଙ୍କ ନବମୀ ପୂଜା

ନୟାଗଡ : ନୟାଗଡ ଜିଲ୍ଲା ପୁରୁଣା ସହର ଅନ୍ତର୍ଗତ ପୁରୁଣା ସହର ଠାରେ କାହିଁ ଆବାହମାନ କାଳରୁ ଗଢିଉଠିଛି ନୟାଗଡ ପୁରୁଣା ସହର ରାମ ଲୀଳା ସଙ୍ଘ, କାହିଁ କେତେ ସଭ୍ୟ ରହିଥିଲା ବେଳେ କେତେ ଇହ ଧାମ ଲୀଳା ସମ୍ବରଣ କଲେଣି, ତଥl ପି ବଂଚିଛି କଳା, କଳାକୁ ସଂମାନ ଦେଇ ସଙ୍ଘକୁ ବଞ୍ଚlଇ ରଖିଛନ୍ତି । କେତେ ପୁରୁଣା ଓ ବରିଷ୍ଠ କଳାକାର, ଆବାହମାନ କାଳରୁ ଚାଲିଛି ସଙ୍ଘର କାର୍ଯ୍ୟକ୍ରମ, ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମ ଚନ୍ଦ୍ରଙ୍କର ରାମ ନବମି ପୂଜା ଠାରୁ ଆରମ୍ଭ କାରି ଅଭିଷେକ ପର୍ଯ୍ୟନ୍ତ ବ୍ରତ ଧାରଣ କରନ୍ତି କଳାକାର, ବ୍ରତ ପାଳନ କାରି ହବିଷ କରି 9ଦିନ ପର୍ଯ୍ୟନ୍ତ ପାଳନ କରିଥାନ୍ତି । ଶେଷରେ ପ୍ରଭୁ ରାମଚନ୍ଦ୍ରଙ୍କ ଅଭିଷେକ ଦିନରେ ବ୍ରତଧାରଣ କରିଥିବା ବ୍ରତାଧାରୀ ଦହି ହାଣ୍ଡି ଭଗ୍ନ କରିଥାନ୍ତି । ଏ ଦହି ହାଣ୍ଡି ଭଗ୍ନ ରେ ଅପୂର୍ବ ସନ୍ତୋଷ ମିଳେ ବୋଲି କହନ୍ତି ବ୍ରତାଧାରୀ ବିଜୟ କେତନ ମହାନ୍ତି । ସେ ପ୍ରଭୂ ରାମ ଚନ୍ଦ୍ରଙ୍କ ରୂପରେ ଅଭିନୟ କରନ୍ତି ।  ସବୁବର୍ଷ ଧୂମଧାମରେ ପାଳନ ହେଉଥିଲାବେଳେ, ବ୍ରତାଧାରିଙ୍କୁ ନେଇ ରାମଲୀଳା ଅଭିନୟ କରାଯାଏ । ପୁରାଣ ପଢ଼ାଯାଏ, କିନ୍ତୁ କୋଭିଡ କଟକଣା ଅନୁଯାୟୀ ଖାଁ ଖାଁ ରେ ପାଳିତ ହୋଇଛି ପ୍ରଭୁ ରାମଚନ୍ଦ୍ରଙ୍କ ନବମୀ ପୂଜା ଓ ପ୍ରଭୂଙ୍କ ଅଭିଷେକ । ଏହି ଅବସରରେ ବ୍ରତ ଧାରୀଙ୍କ ଗହଣରେ ପାଳିତ ହୋଇଛି ଅଭିଷେକ ପୂଜା, କୋଭିଡ କଟକଣା ଅନୁଯାୟୀ ନୀତିନିୟମ ସହ ଶେଷ ହୋଇଛି ଅଭିଷେକ ପୂଜା ବ୍ରତ ଧାରଣା କରିଥିବାବିଜୟ କେତନ ମହାନ୍ତି ଉପସ୍ଥିତ ରହି ଦହିହାଣ୍ଡି ଭଗ୍ନ କରିଥିଲା । ଏଇ ଅବସରରେ ସଙ୍ଘର ଅଧିକାରୀ ବନ ମାଳି ପାତ୍ରଙ୍କ ତତ୍ଵାବଧାନରେ ପୂଜାକାର୍ଯ୍ୟ ଶେଷ ହୋଇ ଥିଲାବେଳେ ସଙ୍ଘର ନାଟକରେ ଅଭିନୟ କରୁଥିବା କଳାକାର, ପ୍ରମୋଦ, ଅଲେଖ,କ୍ଷେତ୍ରବାସୀ ସୁମନ, ରାମ, ସନ୍ତ, ସୁବାଷ,ଜଳିଆ, ପ୍ରଫୁଲ, ଭଗଵାନ, ବାପୁ, ଓ ଅନ୍ୟ କଳାକାର ବ୍ରତ ଧାରଣ କାରି ଅଭିଷେକ ପୂଜାକୁ ସଫଳ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking