40.1 C
Bhubaneswar
Thursday, April 25, 2024
Homeଓଡିଶାକାଳବୈଶାଖୀର ତାଣ୍ଡବଲୀଳା ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର ତାଣ୍ଡବଲୀଳା ବ୍ୟାପକ କ୍ଷୟକ୍ଷତି

ମୟୂରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ତାଣ୍ଡବଲୀଳା ରଚିଛି କାଳବୈଶାଖୀ। ପବନରେ ଅନେକ ଲୋକଙ୍କ ଘରଛପର ଉଡାଇ ନେଇଥିବାର ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତରାତିରେ କାଳବୈଶାଖୀ ସହିତ ପବନଜର ହବାରୁ କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୁମୁରିଆ ଗ୍ରାମର ପର୍ଶୁରାମ ନାୟକଙ୍କ ଘରର ଆଜବେଷ୍ଟ ଛାଉଣୀ ସମ୍ପୂର୍ଣ୍ଣ ଉଡ଼ି ଯାଇଛି।ସେହିପରି ଚମ୍ପାଝର ଗ୍ରାମପାୟତ ଅନ୍ତର୍ଗତ ଖଣ୍ଡପାଳ ବାଲିପୋଷୀ ଗ୍ରାମରେ ଅନେକ ଲୋକଙ୍କ ଘର ଛପର ସମ୍ପୂର୍ଣ୍ଣ ଉଡିବା ସହିତ କେତେକ ଘର ଆଂଶିକଭାବେ କ୍ଷୟକ୍ଷତି ହଇ ଥିବାର ଜଣାଯାଇଛି। ଗ୍ରାମର ଭାଗୀରଥି ମହାନ୍ତଙ୍କ ଦୁଇ ବଖରା ଆଜବେଷ୍ଟ ଓ ଏକ ବଖରା ଟାଇଲ ଛାଉଣୀ ଘର ସମ୍ପୂର୍ଣ୍ଣ ଭାବରେ ଉଡାଇନେଥିବା ବେଳେ ପ୍ରତାପ ମହାନ୍ତଙ୍କ ୪ ବଖରା ଟାଇଲ ଛାଉଣୀ,ବୁଟୁ ମହାନ୍ତଙ୍କ ୨ ବଖରା ଟାଇଲ ଛାଉଣୀ ଏବଂ ଶିବ ମହାନ୍ତଙ୍କ ୨ ବଖରା ଟାଇଲ ଉଡାଇ ନେଇଥିବାର ଜଣାପଡିଛି। ଫଳରେ ଅନେକ ପରିବାର ଏବେ ଆଶ୍ରୟଶୂନ୍ୟ ହୋଇଯାଇଛନ୍ତି। କାଳବୈଶାଖୀ ପୀଡିତ ପରିବାର ଗୁଡିକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ସହିତ ଅଗ୍ରାଧିକାର ଭିତ୍ତିରେ ବିଜୁପକାଘର ହେଉକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇ ମୁଣ୍ଡ ଗୁଞ୍ଜିବା ପାଇଁ ବାସଗୃହ ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking