37.1 C
Bhubaneswar
Saturday, May 18, 2024
Homeଓଡିଶାଭଦ୍ରକରେ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ

ଭଦ୍ରକରେ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ହୋଇଛି । ଅନ୍ୟାଦେଶ ଯାଏଁ  ଧର୍ମାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି । ଧର୍ମାନୁଷ୍ଠାନ ପରିସରରେ କୌଣସି କାର୍ଯ୍ୟକ୍ରମ ଆୟୋଜନକୁ ବାରଣ କରାଯାଇଛି । ମନ୍ଦିରରେ ଜଣେ ପୂଜକ, ମସଜିଦରେ ୩ ମୌଲବୀଙ୍କୁ ନୀତିକାନ୍ତି ପାଇଁ ଅନୁମତି ଦିଆଯିବ ।

ସୂଚନାଯୋଗ୍ୟ , ଆଜି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଛି କରୋନା ମହାମାରୀ, ଟପିଛି ୧୦ ହଜାର । ରାଜ୍ୟରେ ଆଉ ୧୦ ହଜାର ୪୧୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୮୮୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୨୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବଧିକ ୧୭୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡରେ ୧୧୦୦, କଟକରେ ୮୨୮, ପୁରୀରେ ୫୩୩, ବରଗଡରେ ୫୧୧, ଝାରସୁଗୁଡାରେ ୪୪୨, ସମ୍ବଲପୁରରେ ୪୨୬, ନୂଆପଡାରେ ୪୧୮, ଅନୁଗୁଳରେ ୩୯୨, କଳାହାଣ୍ଡିରେ ୩୭୬, ନବରଙ୍ଗପୁରରେ ୩୭୮, ଯାଜପୁରରେ ୩୩୨, ମୟୂରଭଞ୍ଜରେ ୨୪୭, ଜଗତସିଂହପୁରରେ ୨୪୧, ଗଞ୍ଜାମରେ ୨୩୨, ନୟାଗଡରେ ୨୧୮, ଭଦ୍ରକରେ ୨୦୧, ରାୟଗଡାରେ ୨୦୦, ବଲାଙ୍ଗିରରେ ୧୬୦, ଗଜପତିରେ ୧୫୬, ସୁବର୍ଣ୍ଣପୁରରେ ୧୩୦, ,କେନ୍ଦୁଝରରେ ୧୨୬, ବାଲେଶ୍ୱରରେ ୧୨୪, ଦେବଗଡରେ ୧୦୩, ବୌଦ୍ଧରେ ୮୭, କେନ୍ଦ୍ରାପଡାରେ ୭୭, କୋରାପୁଟରେ ୬୮, କନ୍ଧମାଳରେ ୫୫, ମାଲକାନଗିରିରେ ୫୪, ଢେଙ୍କାନାଳରେ ୪୨, ଷ୍ଟେଟ ପୁଲରେ ୩୬୦, କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking