34.1 C
Bhubaneswar
Friday, March 29, 2024
Homeଓଡିଶାସଟଡାଉନ ପାଇଁ ଗ୍ରାମବାସୀଙ୍କ ଅନୁରୋଧ

ସଟଡାଉନ ପାଇଁ ଗ୍ରାମବାସୀଙ୍କ ଅନୁରୋଧ

ନବରଙ୍ଗପୁର : ଝରୀଗାଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜ ଅଂଚଳ କୁ କରୋନା ମୁକ୍ତ ରଖିବା ପାଇଁ ଚଚା ଗ୍ରାମପଂଚାୟତର ଗ୍ରାମବାସୀ ଚଚା ଗ୍ରାମପଂଚାୟତକୁ ସଟଡାଉନ ଘୋଷଣା ଲାଗି ସରପଞ୍ଚ ଶ୍ରୀ ଲବ ଯାନୀଙ୍କୁ ଲିଖିତଆକାରେ ଜଣେଇଛନ୍ତି l ଚଚା ଗ୍ରାମଟି ମୁଖ୍ୟତଃ ଏକ ବ୍ୟବସାୟିକ କେନ୍ଦ୍ର ହୋଇଥିବାବେଳେ ସକାଳ ପାହିଲେ ନିକଟବର୍ତ୍ତୀ ବିଭିନ୍ନ ଗ୍ରାମର ଲୋକ ଏଠାରେ ରୁଣ୍ଢ ହୋଇଥାନ୍ତି l କେହି ହେଲେ କରୋନା ଗାଇଡ଼ଲାଇନକୁ ନମାନି ବିନା ମାସ୍କରେ ଏଣେ ତେଣେ ବୁଲି ଅନ୍ୟ ମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା କୁହାଯାଉଛି l ଲୋକଙ୍କୁ ମାସ୍କ ସାନିଟାଇଜର ଏଵଂ ସାମାଜିକ ଦୂରତା ଲାଗି ଯେତେ ବୁଝାଇଲେ ମଧ୍ଯ କିଛି ଅମାନିଆ ଏହାକୁ ମାନୁ ନାହାନ୍ତି l ସମଗ୍ର ଦେଶ କରୋନାକୁ ନେଇ ଅସ୍ତ ବ୍ୟସ୍ତ ହୋଇ ପଡୁଥିବାବେଳେ ଗ୍ରାମବାସୀଙ୍କୁ ସତର୍କତା ଅତି ଜରୁରୀ ହୋଇପଡିଛି l

ଏଭଳି ସ୍ଥିତିରେ ଗତକାଲି ଜଣଙ୍କର ମୃତ୍ୟୁ ପରେ ସେ କରୋନା ପଜିଟିଭ ଥିବା ଜଣାପଡିଛି ଯାହା ଚଚା ଅଂଚଳର ଲୋକଙ୍କ ମଧ୍ୟରେ କୋକୁଆଭୟର ବାତାବରଣ ସୃଷ୍ଟି ହୋଇଛି l ଏଣୁ ଗ୍ରାମବାସୀ ଚଚାକୁ ଏପ୍ରିଲ 30ରୁ 10ମଇ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯିବା ନେଇ ସରପଞ୍ଚ ଶ୍ରୀ ଲବଜାନୀଙ୍କୁ ଲିଖିତ ଭାବେ ଜଣେଇଛନ୍ତି l ତେବେ ସରପଞ୍ଚ ଶ୍ରୀ ଜାନୀ ଏ ସମ୍ପର୍କରେ ଝରୀଗାଁ ଗୋଷ୍ଠୀଉନ୍ନୟନ ଅଧିକାରୀ, ତହସିଲଦାର ଏଵଂ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଲିଖିତ ଜଣେଇବା ପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି l ଅନ୍ୟ ପକ୍ଷରେ ଚଚାରେ ସଂକ୍ରମିତଙ୍କ ସ୍ଥିତିକୁ ବିଚାରକୁ ନେଇ ଚଚାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବା ନେଇ ସ୍ଥିର ହୋଇଥିବା ଜଣାପଡିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking