28.1 C
Bhubaneswar
Saturday, April 27, 2024
Homeଅପରାଧଚାନ୍ଦା ମାଗିବା ଘଟଣାରେ ଯୁବକ ବରୁଣ ଗିରଫ

ଚାନ୍ଦା ମାଗିବା ଘଟଣାରେ ଯୁବକ ବରୁଣ ଗିରଫ

 

ନୟାଗଡ଼ : ଜିଲ୍ଲାର ଗଣିଆ ଥାନା ଅନ୍ତର୍ଗତ ୱାଲିପୁର ଗ୍ରାମର ବରୁଣ ନାୟକ ପିତା ବସନ୍ତ ନାୟକ ଜଣେ ମଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କୁ ଧମକ ଓ ଚାନ୍ଦା ମାଗିବା ଅଭିଯୋଗରେ ଗଣିଆ ପୋଲିସ ଗିରଫ କରିବା ସହିତ ଆଜି କୋଟଚାଲାଣ କରିଛି । ସୂଚନାମୁତାବକ ଗତକାଲି ଅପରାହ୍ନରେ ଭାସ୍କର ଚନ୍ଦ୍ର ରାଉତ ସୁଯ୍ୟଦୟ ମଇକ୍ରୋ ଫାଇନାନ୍ସ କମ୍ପାନୀ ଦଶପଲ୍ଲା ତରଫରୁ ରାଉତପଡା ଯାଉଥିଲେ ସେ ୱାଲିପୁର ଓ ରାଉତପଡା ମଝିରେ ଆଉଥିବା ବେଳେ ୱାଲିପୁରର ବରୁଣ ନାୟକ ଭାସ୍କର ରାଉତଙ୍କ ବାଇକିକୁ ଅଟକାଇ ଚାବି ଛଡେଇ ନେଇଯାଇଥିଲା । ଟଙ୍କା ମାଗିଥିଲା ହେଲେ ଭାସ୍କର ଟଙ୍କା ଦେଇନଥିଲେ ଫଳରେ ବରୁଣ ରାଗିଯାଇ ଛୁରୀ ଦେଖାଇବା ସହିତ ପେଟ୍ରୋଲ ଢାଳି ନିଆଁ ଲାଗେଇଦେବାର ଧମକ ଦେଇଥିଲା । ଭାସ୍କର ରାଉତପଡାର କିଛି ଲୋକଙ୍କୁ ଡାକିବା ପରେ ବରୁଣ ସେ ଜାଗା ଛାଡି ଚାଲିଯାଇଥିଲା ।ଏନେଇ ଭାସ୍କର ଗଣିଆ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଗଣିଆ ଥାନା ଅଧିକାରୀ ଜୟପ୍ରକାଶ ପରିଡା ଘଟଣାର ତଦନ୍ତ କରିବା ସହିତ ବରୁଣ ନାୟକକୁ ଗଣିଆ ଥାନାକୁ ଆଣି ପଚରାଉଚରା କରିବା ପରେ ସବୁ ମାନିଥିଲା ଅଭିୟୁକ୍ତ ବରୁଣ । ତେବେ ଆଜି ଅପରାର୍ହ୍ନରେ ଏକ ମାମଲା ରୁଜୁ କରି କେଶ ନମ୍ବର ୨୦/୨୧ରେ ଦଶପଲ୍ଲା ବିଚାର ବିଭାଗୟ ଅଦାଲତକୁ ପଠେଇ ଦିଆଯାଇଛି ବୋଲି ଗଣିଆ ଥାନା ଅଧିକାରୀ ଜୟପ୍ରକାଶ ପରିଡା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking