39.1 C
Bhubaneswar
Tuesday, April 23, 2024
Homeଓଡିଶାବେଲପଡାଗ୍ରାମ ପଞ୍ଚାୟତ ନ୍ୟାୟବ ସରପଞ୍ଚ ଉପ ନିର୍ବାଚନରେ ଇନ୍ଦ୍ରମଣି ନିର୍ଦ୍ଵନ୍ଦରେ ନିର୍ବାଚିତ

ବେଲପଡାଗ୍ରାମ ପଞ୍ଚାୟତ ନ୍ୟାୟବ ସରପଞ୍ଚ ଉପ ନିର୍ବାଚନରେ ଇନ୍ଦ୍ରମଣି ନିର୍ଦ୍ଵନ୍ଦରେ ନିର୍ବାଚିତ

 

ନୟାଗଡ଼ : ଜିଲ୍ଲାର ଗଣିଆବ୍ଳକ ଅନ୍ତର୍ଗତ ବେଲପଡାପାଟଣା ପଞ୍ଚାୟତରେ ନ୍ୟାୟବ ସରପଞ୍ଚ ଉପନିର୍ବାଚନରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ଇନ୍ଦ୍ରମଣି ରାଉତ ଏପ୍ରିଲ ୧୬ /୦୩/୨୧ ରେ ଏହି ପଞ୍ଚାୟତରେ ନ୍ୟାୟବ ସରପଞ୍ଚ ପାଇଁ ଉପ ନିର୍ବାଚନ ହେବାକୁ ଥିବା ବେଳେ ଇନ୍ଦ୍ରମଣି ରାଉତ ଏକା ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଏହାପରେ ବିଜେଡି ସମର୍ଥିତ ଶ୍ରୀ ରାଉତଙ୍କୁ ଏହି ପଞ୍ଚାୟତର ନ୍ୟୟବସରପଞ୍ଚ ପାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ ଘୋଷଣା କରିଥିଲେ। ଗ୍ରାମର ତଥା ପଞ୍ଚାୟତର ଶାନ୍ତି ପ୍ରତିଷ୍ଠା ଓ ବିକାଶ ପାଇଁ ଶ୍ରୀ ରାଉତ ଦୃଢ ପରିକଳ୍ପ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଗ୍ରାମପଂଚୟତ ର ମୁଖ୍ୟ ସମସ୍ୟା ପାଣି ଓ ଏଲେକ୍ଟ୍ରିକକୁ ସୁଧାରିବାପାଇ ଚେଷ୍ଟା କରିବା ସହିତ ପଞ୍ଚାୟତର ସମସ୍ତ ୱାର୍ଡସଭ୍ୟ ଓ ସଭ୍ୟା , ସରପଞ୍ଚ ଦମୟନ୍ତି ବେହେରା , ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ଓ ସର୍ବପରି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ପଞ୍ଚାୟତର ନ୍ୟାୟବସରପଞ୍ଚ ଦୁଃଖିସ୍ୟମ ସ୍ୱାଇଁଙ୍କର ଗତ ୧୧ ସେପ୍ଟେମ୍ବର ୨୦୨୦ ରେ ଦେହାନ୍ତହେବା ପରେଏହି ପଞ୍ଚାୟତର ନ୍ୟାୟବ ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ଆଜିରଏହି ଭୋଟଗ୍ରହଣ କେନ୍ଦ୍ରରେ ନିର୍ବାଚନ ଅଧିକାରୀ ତଥା ଗଣିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ , ସହକାରୀ ଗୋଷ୍ଠି ଉନ୍ନୟନ ଅଧିକାରୀ ସରୋଜ କୁମାର ନାୟକ , ଜି ପି ଓ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ଏହି ଭୋଟ ଗ୍ରହଣ କେନ୍ଦ୍ରରେ ଗଣିଆ ଥାନା ଅଧିକାରୀ ଜୟପ୍ରକାଶ ପରିଡା ବୁଲିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking