30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗପରୀ ମାମଲା: ହାଇକୋର୍ଟଙ୍କୁ ମିଳିନି ଚିଠି

ପରୀ ମାମଲା: ହାଇକୋର୍ଟଙ୍କୁ ମିଳିନି ଚିଠି

ଭୁବନେଶ୍ୱର: ନୟାଗଡ ଯଦୁପୁର ପରୀ ହତ୍ୟା ମାମଲାରେ ନୂଆ ଖୁଲାସା ହୋଇଛି । ଏସଆଇଟି ତଦନ୍ତ ମନିଟର ଲାଗି ସିଟିଂ ଜଜ୍ ନିଯୁକ୍ତି ପାଇଁ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ଚିଠି ମିଳିନାହିଁ । ସୂଚନା ଅଧିକାର ଆଇନ ବଳରେ ହାଇକୋର୍ଟରୁ ମିଳିଥିବା ସୂଚନାରୁ ଏନେଇ ସ୍ପଷ୍ଟ ହୋଇଛି । ସୂଚନା ଅଧିକାରୀ କର୍ମୀ ହେମନ୍ତ ପଣ୍ଡା ଏନେଇ ହାଇକୋର୍ଟରୁ ତଥ୍ୟ ମାଗିଥିଲେ । ହେମନ୍ତଙ୍କ ଆବେଦନର ଉତ୍ତର ଗତ ୬ ତାରିଖରେ ହାଇକୋର୍ଟରୁ ଆସିଥିବା ଜଣାପଡିଛି । ଏନେଇ ହାଇକୋର୍ଟର ଜନ ସୂଚନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ମାତ୍ର ନଭେମ୍ବର ୨୮ରେ ସରକାର ଚିଠି ଲେଖିଥିବା କଥା ସାମ୍ନାକୁ ଆସିଥିଲା । ସେତେବେଳେ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିବା ଜଣାପଡିଥିଲା । ଯଦୁପୁର ନାବାଳିକା ହତ୍ୟା ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ନ୍ୟାୟ ପାଇଁ ନାବାଳିକାଙ୍କ ମାଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସୁପ୍ରିମକୋର୍ଟ ଏହି ନୋଟିସ୍ ଜାରି କରିଥିଲେ। SIT ତଦନ୍ତରେ ଅସନ୍ତୋଷ ପ୍ରକାଶ କରିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି ନାବାଳିକାଙ୍କ ମାଆ। ଏନେଇ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ସୁପ୍ରିମକୋର୍ଟ ନାବାଳିକାଙ୍କ ମାଆଙ୍କ ଆବେଦନକୁ ଗ୍ରହଣ କରି ଏବଂ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ ଜାରି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking