29.1 C
Bhubaneswar
Monday, May 6, 2024
Homeଓଡିଶାଡିସେମ୍ବର ୨ରେ ନବୀନଙ୍କ ପ୍ରଦ୍ମପୁର ଗସ୍ତ: ୩ ଜନସଭାରେ ବର୍ଷାଙ୍କ ପାଇଁ କରିବେ ପ୍ରଚାର

ଡିସେମ୍ବର ୨ରେ ନବୀନଙ୍କ ପ୍ରଦ୍ମପୁର ଗସ୍ତ: ୩ ଜନସଭାରେ ବର୍ଷାଙ୍କ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର: ଡିସେମ୍ବର ୨ରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଗସ୍ତ କରିବେ । ଦିନିକିଆ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବେ । ୩ଟି ନିର୍ବାଚନୀ ସଭାରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପାଇକମାଳ, ଝାରବନ୍ଧ ଓ ପଦ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ, ୨ ତାରିଖ ସକାଳ ୧୦ଟାରେ ସେ ନବୀନ ନିବାସରୁ ବାହାରିବେ । ୧୦ଟା ୫ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବେ । ୧୦ଟା ୧୦ରେ ବିମାନ ବନ୍ଦରରୁ ବାହାରି ୧୧ଟାରେ ପଦ୍ମପୁର ସତୀଭଟ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ ।

୧୧ଟା ୦୫ରେ ସତୀଭଟ ଏୟାରଷ୍ଟ୍ରିପ୍‌ରୁ ହେଲିକପ୍ଟରରେ ଝାରବନ୍ଧ ଶକ୍ତିଛକ ହେଲିପ୍ୟାଡ୍‌ରେ ଅବତରଣ କରି ସଭାସ୍ଥଳରେ ପହଞ୍ଚିବେ । ୧୨ଟା ୧୦ରେ ଶକ୍ତି ଛକରୁ ବାହାରି ପାଇକମାଳ ଏମ୍‌ଇ ସ୍କୁଲ ଗ୍ରାଉଣ୍ଡରେ ପହଞ୍ଚି ପାଇକମାଳ ହାଇସ୍କୁଲ ଗ୍ରାଉଣ୍ଡରେ ସାଧାରଣ ସଭାରେ ପ୍ରଚାର କରିବେ । ଏହାପରେ ଅପରାହ୍ନ ଗୋଟାଏ ୧୫ରେ ପାଇକମାଳ ଏମ୍‌ଇ ସ୍କୁଲ ଗ୍ରାଉଣ୍ଡରୁ ବାହାରି ଗୋଟାଏ ୩୦ରେ ଆରଏଲ୍ କଲ୍ୟାଣ ମଣ୍ଡପ କ୍ୟାମ୍ପସ ହେଲିପ୍ୟାଡରେ ଅବତରଣ କରି କଲ୍ୟାଣ ମଣ୍ଡପକୁ ଯିବେ । ସେଠାରୁ ୩ଟା ୧୫ରେ ବାଇ ରୋଡ୍ ଯାଇ ୩ଟା ୩୦ରେ ପଦ୍ମପୁର ହାଇସ୍କୁଲ ଗ୍ରାଉଣ୍ଡରେ ସାଧାରଣ ସଭାକୁ ଉଦ୍‌ବୋଧନ ଦେବେ । ୪ଟା ୨୫ରେ ସତୀଭଟ ଏୟାରଷ୍ଟ୍ରିପ୍‌ରେ ପହଞ୍ଚି ସେଠାରୁ ଫେରି ୫ଟା ୨୦ରେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବିଜେଡି ଶିବିରରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ସାଧାରଣ କର୍ମୀଙ୍କଠାରୁ ନେତାଙ୍କ ପର୍ଯ୍ୟନ୍ତ ପ୍ରତିକ୍ରିୟା ରଖିଛନ୍ତି, ସୁପ୍ରିମୋ ନବୀନଙ୍କ ଗସ୍ତର ପ୍ରଭାବ ପଡ଼ିବା ନିଶ୍ଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking