30.1 C
Bhubaneswar
Monday, May 6, 2024
Homeଓଡିଶାଉପନିର୍ବାଚନ ସରିଗଲେ ବିଜେଡିର ନେତା ମନ୍ତ୍ରୀମାନେ ପଦମପୁରରୁ ପଳେଇବେ ହେଲେ ମୁଁ ଏଇଠି ରହିଥିବି :...

ଉପନିର୍ବାଚନ ସରିଗଲେ ବିଜେଡିର ନେତା ମନ୍ତ୍ରୀମାନେ ପଦମପୁରରୁ ପଳେଇବେ ହେଲେ ମୁଁ ଏଇଠି ରହିଥିବି : ପ୍ରଦୀପ ପୁରୋହିତ

ପଦମପୁର/ଭୁବନେଶ୍ୱର, : ମୁଁ ୨୦୧୪ ରୁ ୨୦୧୯ ମାତ୍ର ୫ ବର୍ଷ ପାଇଁ ବିଧାନସଭାରେ ପଦମପୁରର ବିଧାୟକ ଭାବରେ ଥିଲି । ବିଧାନସଭାରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଅଡୁଆରେ ପକାଉଥିଲି । ସରକାର ବିଧାନସଭାରେ ଅପଦସ୍ଥ ହେଉଥିଲେ । ସେଥିପାଇଁ ମୋତେ ଏହି ଉପନିର୍ବାଚନରେ ହରାଇବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ୬୦ଜଣ ବିଧାୟକ, ୧୫ଜଣ ମନ୍ତ୍ରୀଙ୍କୁ ପଦମପୁରକୁ କେବଳ ପ୍ରଦୀପ ପୁରୋହିତଙ୍କୁ ହରାଇବା ପାଇଁ ପଠାଇଛନ୍ତି । ଯେଉଁ ଦିନ ଉପନିର୍ବାଚନ ସରିଯିବ ସେଦିନ ଏହି ୬୦ ବିଧାୟକ, ୧୫ ମନ୍ତ୍ରୀ ଭୁବନେଶ୍ୱର ପଳେଇବେ । ଆଉ ପଦମପୁର ଆସିବେନି । ହେଲେ ମୁଁ କୁଆଡେ ଯିବି । ମୋର ଜନ୍ମ ଏଇ ବୁଢାସମ୍ବର ମାଟିରେ, ମୋର ମୃତ୍ୟୁ ମଧ୍ୟ ଏହି ପାଇକମାଳରେ ହେବ । ମୁଁ ସବୁବେଳେ ଲୋକଙ୍କ ସହ ଥିଲି, ଲୋକଙ୍କ ସହ ରହିଛି ଆଗକୁ ରହିବି ମଧ୍ୟ ବୋଲି ଆଜି ଦହିତାରେ ଅନୁଷ୍ଠିତ ବିଜେପିର ଏକ ନିର୍ବାଚନ ସଭାରେ ଭୋଟରମାନଙ୍କୁ ସମ୍ବୋଦ୍ଧିତ କରି କହିଛନ୍ତି ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ ।

ଶ୍ରୀ ପୁରୋହିତ କହିଛନ୍ତି ଯେ, ମୁଁ ଜିତିଲେ ବି ଲୋକମାନଙ୍କ ସାଙ୍ଗେ ରହିବି, ହାରିଲେ ବି ଲୋକମାନଙ୍କ ସାଙ୍ଗରେ ରହିବି । ଜିତିଲେ ପଦମପୁର, ପାଇକମାଳ, ଝାରବନ୍ଧର ଚାଷୀ ସସମ୍ୟା, କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ୟା, ଧାନ ବିକ୍ରି ସମସ୍ୟା, ଦାଦନର ସମସ୍ୟାକୁ ବିଧାନସଭାରେ ଉଠାଇବି । ମୋ ବିରୋଧରେ ଯିଏ ଠିଆ ହୋଇଛନ୍ତି ସିଏ ନିର୍ବାଚନ ପରେ ଆଉ ପଦମପୁରରେ ରହିବେନି । ବିଧାନସଭାରେ ସରକାରଙ୍କ ବିରୋଧରେ ପାଟି ଫିଟାଇ ପାରିବେନି ।
ସେହିଭଳି ବରଗଡ ସାଂସଦ ସୁରେଶ ପୂଜାରି ପ୍ରଚାର ସଭାରେ କହିଛନ୍ତି ଯେ, ଉପନିର୍ବାଚନରେ ବିଜେଡି ହାରିଗଲେ ସୁଶାନ୍ତ ସିଂ ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି କହିଛନ୍ତି । କିନ୍ତୁ ବାସ୍ତବରେ ସୁଶାନ୍ତ ସିଂ ୨୦୨୪ ପରେ ରାଜ୍ୟରେ ବିଜେପି ସରକାରକୁ ଆସିଲେ ଜେଲରେ ରହିବେ । ସୁଶାନ୍ତ ସିଂ ପୁରା ବରଗଡ ଅଂଚଳରେ ଯେଉଁ ଭଳି ଭାବରେ ଆତଙ୍କରାଜ କରିଛନ୍ତି ଓ ଏବେ ବି କରୁଛନ୍ତି ତାଙ୍କ ଭଳି ଦାଗୀ ନେତାଙ୍କୁ ଆମେ ଜେଲରେ ପୁରାଇବୁ ।
ଆଜି ପଦମପୁର ଉପନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବରଗଡ ସାଂସଦ ସୁରେଶ ପୂଜାରି, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ରାଜ୍ୟ ସଭାପତି ସମୀର ମହାନ୍ତି , ବରିଷ୍ଠ ନେତା କନକ ବର୍ଦ୍ଦନ ସିଂହଦେଓ, ଜିଲ୍ଲା ସଭାପତି ଅଶ୍ୱିନି ଷଡଙ୍ଗୀ ପ୍ରମୁଖ ସାମିଲ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking