29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶବିବାହ ଭୋଜିରେ ସ୍ତ୍ରୀକୁ ଚୁମ୍ବନ ଦେଲା ସ୍ୱାମୀ, ତା’ପରେ ଘଟିଲା କିଛି ଏପରି....

ବିବାହ ଭୋଜିରେ ସ୍ତ୍ରୀକୁ ଚୁମ୍ବନ ଦେଲା ସ୍ୱାମୀ, ତା’ପରେ ଘଟିଲା କିଛି ଏପରି….

ଲକ୍ଷ୍ନୌ: ବିବାହ ଭୋଜିରେ ଚୁମ୍ବନ ଦେଲେ ୧୫ ଶହ ଟଙ୍କା ଦେବି ବୋଲି କହିଲା ସ୍ତ୍ରୀ । ସ୍ୱାମୀ କରିଦେଖାଇବା ପରେ ସ୍ତ୍ରୀ ପୁଲିସ ଷ୍ଟେସନରେ ପହଞ୍ଚିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଉତ୍ତରପ୍ରଦେଶରେ ବିବାହ ଭୋଜିକୁ ଆସିଥିବା ୩୦୦ଲୋକଙ୍କ ଆଗରେ ସ୍ୱାମୀ, ସ୍ତ୍ରୀକୁ ଚୁମ୍ବନ ଦେବାରୁ ପୁଲିସ ଷ୍ଟେସନ ଯାଇ ଅଭିଯୋଗ କରିଛି ସ୍ତ୍ରୀ । ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ କଥା ଏବେ ଛାଡପତ୍ରରେ ଆସି ପହଞ୍ଚିଛି । ସୂଚନା ଅନୁଯାୟୀ, ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ କାର୍ଯ୍ୟକ୍ରମରେ ବଦାୟୁ ଜିଲ୍ଲାରେ ଥିବା ବିଲସି ଗାଁର ଜଣେ ଯୁବକ ସମ୍ଭଲର ପବାସାରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ହେବା ପରେ ନଭେମ୍ବର ୨୮ରେ ବିବାହ ଭୋଜିର ଆୟୋଜନ କରାଯାଇଥିଲା । ଷ୍ଟେଜରେ ବସିଥିବା ବେଳେ ଯୁବକ ନିଜ ପତ୍ନୀଙ୍କୁ ଚୁମ୍ବନ ଦେଇଥିଲେ ।

ଏତେ ଲୋକଙ୍କ ଆଗରେ ଏଭଳି କରିବାରୁ ମହିଳାଜଣକ ଷ୍ଟେଜରୁ ଉଠି ଚାଲିଆସିବା ସହ ସିଧା ପୁଲିସ ଷ୍ଟେସନ ଯାଇଥିଲେ । ସେଠାରେ ପୂରା ଘଟଣା ଜଣାଇ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ମହିଳାଜଣକ କହିଥିଲେ ଯେ, ୩୦୦ଲୋକଙ୍କ ଆଗରେ ମୋତେ ଚୁମ୍ବନ ଦେବା ଉଚିତ୍ ନଥିଲା । ମୁଁ ଆମ ଘରକୁ ଚାଲିଯିବାକୁ ଚାହେଁ । ଏଲୋକର ଚାଲିଚଲଣ ମୋତେ ଠିକ ଲାଗୁନି । ଏହା ଶୁଣି ପୁଅ ପକ୍ଷ କହିଥିଲେ ଯେ, ଷ୍ଟେଜକୁ ଯିବା ପୂର୍ବରୁ ମହିଳାଜଣକ ନିଜ ସ୍ୱାମୀ ଆଗରେ ସର୍ତ୍ତ ରଖିଥିଲେ । ବିବାହ ଭୋଜିକୁ ଆସିଥିବା ଲୋକଙ୍କ ଆଗରେ ମୋତେ ଚୁମ୍ବନ ଦେଲେ ୧୫୦୦ ଟଙ୍କା ଦେବି ବୋଲି କହିଥିଲେ ମହିଳା । ଏହା ସହ ଏଭଳି ନକଲେ ୩୦୦୦ଟଙ୍କା ଦେବାକୁ ହେବ ବୋଲି ସେ ନିଜ ସ୍ୱାମୀଙ୍କୁ କହିଥିଲେ । ଷ୍ଟେଜ ଉପରକୁ ଯାଇ ପୁଅ ଚୁମ୍ବନ ଦେବା ପରେ ସେ ଏଭଳି ପ୍ରତିକ୍ରିୟା ଦେବା ଉଚିତ୍ ନୁହେଁ । ପୁଅ ପକ୍ଷରୁ ଦିଆଯାଇଥିବା ସଫେଇକୁ ମିଛ କହି ଏବେ ଛାଡ଼ପତ୍ର ମାଗିଛନ୍ତି ପତ୍ନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking