28.1 C
Bhubaneswar
Saturday, April 27, 2024
Homeଓଡିଶାରୋମ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ନବୀନ

ରୋମ୍‌ରେ ପ୍ରବାସୀ ଓଡ଼ିଆଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର: ବିଶ୍ୱର ସର୍ବ ପୁରାତନ ସିଟି ରୋମ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁରୋପର ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟିଛନ୍ତି । ରାଜ୍ୟରେ ପ୍ରଗତିରେ ସେମାନଙ୍କ ସହଯୋଗ କିଭଳି ରହିବ ସେଇବିଷୟରେ ବି ମୁଖ୍ୟମନ୍ତ୍ରୀ ବସ୍ତୃତ ଆଲୋଚନା କରିଛନ୍ତି ।
ଦଶ ଦିନିଆ ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବେ ଇଟାଲୀରେ ଅବସ୍ଥାନ କରୁଛନ୍ତି । ଜୁନ୍ ୩୦ ଯାଏ ସେ ବିଦେଶରେ ରହିବେ । ଗୁରୁବାର ଇଟାଲୀ ସମେତ ୟୁରୋପ୍‌ରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିବା ସହ ରାଜ୍ୟରେ ଅଧିକ ପରିମାଣରେ ନିବେଶ କରିବା ପାଇଁ ସେମାନଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁଞ୍ଜିନିବେଶ ପାଇଁ ଓଡ଼ିଶା ଏକ ପ୍ରକୃଷ୍ଟ ସ୍ଥାନ । ଯେଉଁ ପ୍ରବାସୀମାନେ ନିଜ ରାଜ୍ୟର ବିକାଶ ପାଇଁ ଆଗେଇ ଆସିବେ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ତେବେ କିଛି ପ୍ରବାସୀ ଓଡ଼ିଆ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି ।

ଆସନ୍ତା କାଲି ଅର୍ଥାତ ଶୁକ୍ରବାର ଜାତିସଂଘ ୱାର୍ଲ୍ଡ ଫୁଡ କାର୍ଯ୍ୟକ୍ରମ(ଡବ୍ଲ୍ୟୁଏଫ୍‌ପି)ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାରେ କ୍ଷେତ୍ରରେ ରାଜ୍ୟର ସଫଳତା କଥା ବଖାଣିବେ । ଖାଦ୍ୟ ସୁରକ୍ଷାରେ ଓଡ଼ିଶା ଏବେ ଏକ ଅଗ୍ରଣୀ ରାଜ୍ୟ । ନିଅଣ୍ଟିଆ ରାଜ୍ୟରୁ ଓଡ଼ିଶା କିଭଳି ଏକ ବଳକା ରାଜ୍ୟରେ ପରିଣତ ହୋଇଛି ସେଇ ସମ୍ପର୍କରେ ଦୀର୍ଘ ୨୨ ବର୍ଷର ରୂପାନ୍ତରିକରଣର ବାସ୍ତବତା କଥା ବି ସେ ବିଶ୍ୱବାସୀଙ୍କୁ ଜଣାଇବେ । ଅନ୍ୟପକ୍ଷରେ ୧୯୯୯ ମହାବାତ୍ୟା ପରେ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା କରିବାରେ ଯେଉଁ ପାରଦର୍ଶିତା ପାଇଛି ‘ଶୂନ୍ୟ ମୃତ୍ୟୁହାର’ କରିବାରେ ସଫଳ ହୋଇଛି ସେକଥା କଥା ବି କହିବେ । ଉଲ୍ଲେଖନୀୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଇଟାଲିରୁ ଜୁନ୍ ୨୬ରେ ଦୁବାଇ ଆସି ନିବେଶକ ସମ୍ମିଳନୀରେ ଭାଗ ନେବେ । ପେରେ ଦୁବାଇରୁ ଜୁନ୍ ୩୦ରେ ଦିଲ୍ଲୀ ଆସି ଭୁବନେଶ୍ୱରରେ ପ୍ରାୟ ରାତ୍ରି ୧୧ରେ ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking