26.1 C
Bhubaneswar
Friday, March 29, 2024
Homeଓଡିଶା୪ ଶିଶୁଙ୍କ ମୃତ୍ୟୁ ଘଟଣା : ସହାୟତା ରାଶି ଘୋଷଣା

୪ ଶିଶୁଙ୍କ ମୃତ୍ୟୁ ଘଟଣା : ସହାୟତା ରାଶି ଘୋଷଣା

କୋରାପୁଟ: ପାଣି ଭର୍ତ୍ତି ଗାତରେ ପଡ଼ି ୪ ଶିଶୁ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲା ଜିଲ୍ଲା ପ୍ରଶାସନ । ଗୁରୁବାର ସଦର ଥାନା ମାଝୀଗୁଡ଼ାରେ ପାଣିରେ ବୁଡ଼ି ଏହି ୪ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ପ୍ରତି ପରିବାରକୁ ୪ ଲକ୍ଷ ସହାୟତା ଘୋଷଣା କରାଯାଇଛି । ଏହାସହ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର, ରେଡକ୍ରସ ଫଣ୍ଡରୁ ୧୦ ହଜାର ଲେଖାଏଁ ଦିଆଯାଇଛି ।

ସୂଚନାଯୋଗ୍ୟ, ପାଣିରେ ବୁଡ଼ି ୪ ମୃତ। କୋରାପୁଟ ସଦର ଥାନା ମାଝିଗୁଡ଼ା ନିକଟରେ ଅଭାବନୀୟ ଘଟଣା। ସୂଚନା ପାଇଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ କୋରାପୁଟ ସଦର ଥାନା ପୋଲିସ ପହଞ୍ଚିଛି । ପାଣିରେ ବୁଡ଼ି ୩ ନାବାଳିକା ଓ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ। ମୃତକ ମଧ୍ୟରେ ୩ ଜଣ ବାଳିକା ଓ ଜଣେ ବାଳକ ଅଛନ୍ତି । ଗ୍ରାମବାସୀ ଶବକୁ ଉଧାର କରିଛନ୍ତି । ଘଟଣାରେ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଦଶମନ୍ତପୁର ତହସିଲଦାରଙ୍କୁ ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking