27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଶରଥ କମଲଙ୍କୁ ଖେଳ ରତ୍ନ, ୨୫ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର

ଶରଥ କମଲଙ୍କୁ ଖେଳ ରତ୍ନ, ୨୫ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତି ଭବନରେ କୃତୀ କ୍ରୀଡ଼ାବିତଙ୍କୁ ଜାତୀୟ ପୁରସ୍କାର-୨୦୨୨ ପ୍ରଦାନ କରିଛନ୍ତି । ଟେବୁଲ ଟେନିସ ପ୍ଲେୟାର ଶରଥ କମଲ ଏକମାତ୍ର କ୍ରୀଡ଼ାବିତ ଭାବେ ଖେଳ ରତ୍ନ ପୁରସ୍କାର ପାଇଛନ୍ତି । ୨୫ ଜଣ କ୍ରୀଡ଼ାବିତଙ୍କୁ ଅର୍ଜୁନ ଆୱାର୍ଡ ପ୍ରଦାନ କରାଯାଇଛି । ବକ୍ସିଂ ଚାମ୍ପିୟନ ନିଖଟ ଜରିନ, ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନଙ୍କ ସମେତ ୩୮ ଜଣ କ୍ରୀଡ଼ାବିତ, କୋଚ ଓ ସଂସ୍ଥାଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।
ଶରଥଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ସେ ଚଳିତ ବର୍ଷ ପ୍ରାରମ୍ଭରେ କମନୱେଲଥ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।
ଭାରତୀ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ କୋଚ ଦିନେଶ ଲାଦଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ଦ୍ରୋଣାଚାର‌୍ୟ୍ୟ ପୁରସ୍କାର ପ୍ରଦାନ କରାଯାଇଛି । କ୍ରୀଡ଼ା ବ୍ୟକ୍ତିତ୍ୱ, କ୍ରୀଡ଼ା ସାମ୍ବାଦିକ, କ୍ରୀଡ଼ା ପ୍ରଶାସକଙ୍କୁ ନେଇ ଗଠିତ କମିଟି ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ନୋମିନେସନ ସୁପାରିଶ କରିଥିଲେ । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଏ । ଓଡ଼ିଶାର ହକି ଖେଳାଳି ଦୀପ ଗ୍ରେସ ଏକ୍କା ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଛନ୍ତି । ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking