27.1 C
Bhubaneswar
Tuesday, May 7, 2024
Homeଓଡିଶାମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଦଳ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଦଳ

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡିର ୧୦ ଜଣିଆ ପ୍ରତିନିଧି ଦଳ। ଛତିଶଗଡ଼ରୁ ଗୁଣ୍ଡା ଆଣି ବିଜେପି ପଦମପୁର ଉପନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛି। ବିଜେପି ଦଳର ନିଜ ଉପରେ, କର୍ମୀମାନଙ୍କ ଉପରେ କି କେନ୍ଦ୍ରମନ୍ତ୍ରୀମାନଙ୍କ ଉପରେ ଆଉ ଭରସା ନାହିଁ। ସେ ଛତିଶଗଡ଼ ଗୁଣ୍ଡାମାନଙ୍କ ଉପରେ ନିର୍ଭର କରୁଛି। ତୁରନ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଡ ବଡ କଣ୍ଟେନରରେ ଗୁଣ୍ଡା ଓ ଟଙ୍କା ଛତିଶଗଡ଼ରୁ ଆସୁଛି। ଟଙ୍କା ବାଣ୍ଟିବା ସହ ଗୁଣ୍ଡାଗର୍ଦ୍ଦୀ କରିବାକୁ ମଧ୍ୟ ପଛଉନାହିଁ ବିଜେପି। ଏହା ପୂର୍ବରୁ ଚୁନିଲାଲ ସାହୁ ନାମକ ଗୁଣ୍ଡା କାରନାମା କାହାକୁ ଅଛପା ନ ଥିବା ବେଳେ ବିଜେଡିର କର୍ମୀ ରିଙ୍କୁ ମେହେରଙ୍କୁ ଆକ୍ରମଣ ମଧ୍ୟ କରାଯାଇଛି। କାରଣ ବିଜେପି ଜାଣିସାରିଛି ପଦମପୁର ଉପନିର୍ବାଚନରେ ତା’ର ପରାଜୟ ସୁନିଶ୍ଚିତ। କେନ୍ଦ୍ର ମନ୍ତ୍ରୀ କି କେନ୍ଦ୍ର ସରକାର ଉଭୟଙ୍କୁ ଲୋକମାନେ ପସନ୍ଦ କରନ୍ତି ନାହିଁ। ତେଣୁ ଛତିଶଗଡ଼ରୁ ଆସୁଥିବା କଣ୍ଟେନର ଏବଂ ଅପରାଧୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖିବା ପାଇଁ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking