26.1 C
Bhubaneswar
Tuesday, May 7, 2024
Homeଓଡିଶାଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ କମିଟି , ଡିସେମ୍ବର ୧୬ ରୁ ୨୦ ମଧ୍ୟରେ ଶିକ୍ଷକଙ୍କ...

ଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ କମିଟି , ଡିସେମ୍ବର ୧୬ ରୁ ୨୦ ମଧ୍ୟରେ ଶିକ୍ଷକଙ୍କ ଦାବି ଉପରେ ହେବ ଆଲୋଚନା

ଭୁବନେଶ୍ୱର : ଦୀର୍ଘ ୪ ଦିନ ହେବ ଆନ୍ଦୋଳନରେ ବସିଥିବା ଶିକ୍ଷକ ସଂଘମାନଙ୍କ ସହ ଆଜି ସରକାରୀ ସ୍ତରରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ହୋଇଥିବା ନିଷ୍ପତ୍ତି ମୁତାବକ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯିବ । ଏହି କମିଟିରେ ଉନ୍ନୟନ କମିଶନର, ଅର୍ଥ ସଚିବ ଓ ଗଣଶିକ୍ଷା ସଚିବ ରହିବେ । ଏମାନେ ଡିସେମ୍ବର ମାସ ୧୬ ରୁ ୨୦ ତାରିଖ ମଧ୍ୟରେ ଏନେଇ ଆଲୋଚନା କରିବେ । ସୂଚନା ଅନୁଯାୟୀ , ୨୭ ତାରିଖ ରବିବାର ଠାରୁ ଶିକ୍ଷକମାନେ ବିଭିନ୍ନ ଦାବି ନେଇ ବିଧାନସଭା ଆଗରେ ଧାରଣାରେ ବସିଛନ୍ତି । ସେମାନଙ୍କ ଦାବି ମଧ୍ୟରେ ମୁଖ୍ୟତ ନୂଆ ଶିକ୍ଷାନୀତି ୨୦୨୦ ମୁତାବକ ଦରମା ପ୍ରଦାନ, ନ୍ୟାସନାଲ ପେନସନ ସିଷ୍ଟମ ବଦଳରେ ସେମାନଙ୍କ ପାଇଁ ପୁରୁଣା ପେନସନ ସିଷ୍ଟମ ଲାଗୁ କରିବା ଓ ବକେୟା ଥିବା ୬ ବର୍ଷର ଇନକ୍ରିମେଣ୍ଟ ପ୍ରଦାନ କରିବା । ଏନେଇ ଲକ୍ଷ ଲକ୍ଷ ଶିକ୍ଷକ ବିଧାନସଭା ଆଗରେ ଆଜକୁ ୪ ଦିନ ଧରି ଧାରଣା ଦେଇଛନ୍ତି । ଏନେଇ ଆଜି ବିଧାନସଭା ଭିତରେ ବିରୋଧୀଦଳମାନେ ଶିକ୍ଷକଙ୍କ ଦାବି ଉପରେ ଆଲୋଚନା କରିବାକୁ ସରକାରଙ୍କ ନିକଟରେ ଦାବି ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking