33.1 C
Bhubaneswar
Saturday, April 27, 2024
Homeଓଡିଶାନୂଆଁ ବର୍ଷର ପ୍ରଥମ ଦିନରେ : କୁଷ୍ଠରୋଗୀ କଲୋନିରେ ବିଭିନ୍ନ ଦ୍ରବ୍ୟ ବାଣ୍ଟିଲେ ନରସିଂହ

ନୂଆଁ ବର୍ଷର ପ୍ରଥମ ଦିନରେ : କୁଷ୍ଠରୋଗୀ କଲୋନିରେ ବିଭିନ୍ନ ଦ୍ରବ୍ୟ ବାଣ୍ଟିଲେ ନରସିଂହ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଆଜି କୁଷ୍ଠାରୋଗାଗ୍ରସ୍ତ ପରିବାରର ଲୋକେ ଆଜି ଆଉ ଅଛୁଆଁ ନାହାନ୍ତି । ସମୟ ସହିତ ଲୋକଙ୍କର ବୁଝିବାର ଶକ୍ତି ମଧ୍ୟ ବଦଳି ଯାଇଛି । କୁଷ୍ଠରୋଗକୁ ପୂର୍ବରୁ ଏକ ଅସାଧ୍ୟ ରୋଗ ବୋଲି ଥିବା ଭାବନା ଆଜି ଆଉ ନାହିଁ । ଚିକିତ୍ସା ବିଜ୍ଞାନର ଉନ୍ନତି ହେବା ସଙ୍ଗେ ସଙ୍ଗେ ଏହି ରୋଗ ପାଇଁ ଅତି ଉନ୍ନତ ଔଷଧ ଉପଲବ୍ଧ ହେଉଥିବାରୁ ଏହି ରୋଗର ମୁକ୍ତି ପାଇବା ସମ୍ଭବ ହେଲାଣି । ଯେଉଁମାନେ ରୋଗାଗ୍ରସ୍ତ ଅଛନ୍ତି ସେମାନଙ୍କୁ ଭି ଲୋକେ ତଥା ସରକାରଙ୍କ ସାମାଜିକ ସୁରକ୍ଷା ବିଭାଗ ସମାଜର ମୂଳସ୍ରୋତକୁ ଆଣିବା ପାଇଁ ସେମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ପ୍ରକୃତରେ ଏମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ହିଁ ସମାଜର ମହତ ସେବା ଧରାଯିବ ବୋଲି ଆଜି ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା କୁଷ୍ଠରୋଗୀମାନଙ୍କୁ ବିଭିନ୍ନ ଦ୍ରବ୍ୟ ବଣ୍ଟନ କରିବା ଅବସରରେ ବଲାଙ୍ଗିର ବିଧାୟକ ମାନ୍ୟବର ନରସିଂହ ମିଶ୍ର ଉପସ୍ଥିତ ଲୋକଙ୍କୁ କହିଛନ୍ତି । ଆଜି ବଲାଙ୍ଗିର ସୁଦପଡା ସ୍ଥିତ କୁଷ୍ଠରୋଗୀ କଲୋନିରେ ଅପରାହ୍ନ ଘ.୩.୩୦ମି. ରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ଏଠାକାର ରହୁଥିବା ସିଏଲ୍‌ପି ପରିବାରମାନଙ୍କୁ ତାଙ୍କ ପାଇଁ ଦରକାର ହେଉଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ କରିଥିଲେ । ଜିଲ୍ଲାର ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଚିହ୍ନିତ ହୋଇଥିବା ସୁଦ୍‌ପଡାର ଲେପ୍ରୋସି ୨୨ଟି ପରିବାର ଏବଂ ଖୁଜେନପାଲି ଲେପ୍ରୋସି କଲୋନିର ଏହି ସବୁ ଜିନିଷ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ଯୋଗଦେଇ ପ୍ରତ୍ୟେକ ପରିବାରଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରିଥିଲେ । ପ୍ରଦାନ କରାଯାଇଥିବା ଜିନିଷମାନଙ୍କ ମଧ୍ୟରେ କମ୍ବଲ, ଶାଢୀ, ମଶାରୀ, ରନ୍ଧନ ସାମଗ୍ରୀ, ବେଡ୍ ସିଟ୍‌, ପିଲାଙ୍କ ପାଇଁ ପାଠପଢା କିଟ୍ ଏପରି ଅନେକ ନିତ୍ୟ ବ୍ୟବହାଯ୍ୟ ଜିନିଷ ସାମିଲ ଥିଲା । ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଅୟୋଜିତ ଏହି ଉତ୍ସବରେ ବିଧାୟକ ଶ୍ରୀ ମିଶ୍ର ଆଗାମୀ ମାସରେ ଏପରି ଚିହ୍ନିତ ସିଏଲ୍‌ପି ପରିବାରମାନଙ୍କୁ ଟ.୪୨୦୦/- ଟଙ୍କା ଲେଖାଏଁ ସହାୟତା ପ୍ରଦାନ ରାଶି ପ୍ରଦାନ କରାଯିବ ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ଏଠାରେ ରହୁଥିବା ଲୋକେ ସରକାରୀ ସୁବିଧା ସୁଯୋଗର ସଦ୍ ବ୍ୟବହାର କରି ଧିରେ ଧିରେ ରୋଗଶୁନ୍ୟ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଅତ୍ୟନ୍ତ ଖୁସିର ବିଷୟ । ପ୍ରଦାନ କରାଯାଇଥିବା ସହାୟତା କିଟମାନଙ୍କରେ ଛୋଟ ଛୋଟ ଛୁଆମାନଙ୍କରେ ପାଠପଢା ଜିନିଷକୁ ଠିକ୍ ଭାବେ ବ୍ୟବହାର କରିବା ପାଇଁ ଉପସ୍ଥିତ ଅନ୍ତେବାସୀମାନଙ୍କୁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ଏହି ଉତ୍ସବରେ ବିଧାୟକ ଶ୍ରୀ ମିଶ୍ରଙ୍କ ବ୍ୟତିତ ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ, ଉମାଶଙ୍କର ପଣ୍ଡା, ମନୀଷ ମିଶ୍ର, ବୁଲୁ ଦାନୀ, ଉମାକାନ୍ତ ସାହୁ, ଅନ୍ତ ମଚଖଣ୍ଡ, ଜୟନାରାୟଣ ବହିଦାର,ସୁନିଲ ବେହେରା, ବିଟୁନ ସ୍ୱାଇଁ ମନୋଜ ସାହୁଙ୍କ ସମେତ ସ୍ଥାନୀୟ କୁଷ୍ଠରୋଗୀ କଲୋନିର ଅନେକ ଲୋକ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking