30.1 C
Bhubaneswar
Wednesday, April 24, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ: ଆଜି ନିଜର ମନ ଭୁଲାଣିଆ କଥାରେ ଅନ୍ୟକୁ ମୋହିତ କରି କାମ ହାସଲ କରିପାରିବେ । ନୂତନ ସ୍ଥାନକୁ ବୁଲିଯିବାକୁ ସୁଯୋଗ ମିଳିବ ଓ ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ ।
ବୃଷ: ଆଜି ବିବାଦ ପରିପ୍ରେକ୍ଷୀରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । ଇର୍ଷା ପରାୟଣ ବ୍ୟକ୍ତିମାନେ ଆପଣଙ୍କ ଭଲକୁ ଭଲ ଦୃଷ୍ଟିରେ ଦେଖି ନ ପାରନ୍ତି ।
ମିଥୁନ: ଯାହା କରନ୍ତୁନା କାହିଁକି ପ୍ରାରମ୍ଭିକ ଅବସ୍ଥାରେ ସାମାନ୍ୟ ସମସ୍ୟା ଦେଖାଦେଲେ ମଧ୍ୟ ପର ମୁହୂର୍ତରେ ସବୁ କିଛି ଠିକ ହୋଇଯିବ । ଶାରୀରିକ ଅସୁସ୍ଥତା ଦୂର ହେବ । ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଧର୍ମପରାୟଣ ହେବେ ।
କର୍କଟ: ଘର ପାଇଁ ଦରକାରୀ ଜିନିଷ ପାଇବାକୁ ନେଇ ବନ୍ଧୁଙ୍କ ଅପେକ୍ଷା କରି ବିରକ୍ତ ହୋଇପାରନ୍ତି । ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ସାହିତ୍ୟ, ସଭାସମିତି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ମହିଳାମାନେ ଖୋଲାମନ ନେଇ କାମ କରିବେ ।
ସିଂହ: ଆଜିର ପ୍ରଚ୍ୟୁଷ ଯାତ୍ରା ଆମୋଦ ଦାୟକ ହେବା ସାଙ୍ଗକୁ ଆବଶ୍ୟକ ମନେ କରୁଥିବା ଜିନିଷ ପାଇ ଖୁସି ହୋଇଯିବେ । କୌଣସି ମୂଲ୍ୟବାନ ଜିନିଷ କ୍ରୟ କରିବା ସକାଶେ ଆର୍ôଥକ ଅନଟନ ମୁଖ୍ୟ ସମସ୍ୟା ଭାବରେ ଦେଖାଦେଇପାରେ । ମହିଳାମାନେ କର୍ମକ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରନ୍ତି ।
କନ୍ୟା: ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ କେକେତ କ୍ଷେତ୍ରରେ ଅପଦସ୍ଥ ହୋଇପାରନ୍ତି । ଏବେ ଯାହା କିଛି କହିବେ ଭାବିଚିନ୍ତି କରନ୍ତୁ। ନତୁବା ଭଲ ବଦଳରେ ମନ୍ଦ ଫଳ ଭୋଗିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ କାମଟି ପୂର୍ଣ୍ଣାଙ୍ଗ ନ ହେବା କାରଣରୁ ଅନ୍ୟକୁ ସନ୍ଦେହ କରିବେ ।
ତୁଳା : ଅନ୍ୟମାନଙ୍କ କାମକୁ ପ୍ରାଧାନ୍ୟ ଦେଇ ନିଜର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଅଣଦେଖା କରିପାରନ୍ତି । ଯାହା ଫଳରେ କାର୍ଯ୍ୟହାନୀ ସାଙ୍ଗକୁ ପାରିବାରିକ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । କାର୍ଯ୍ୟବ୍ୟସ୍ତତା ହେତୁ ଆପଣ ଖାଇବା ପିଇବାରେ ଅବହେଳା କରିପାରନ୍ତି ।
ବିଛା: ଦେହପାଇଁ ନିଜେ ହିଁ ବାଧକ ସାଜିବେ । ଟଙ୍କା ପଇସା ଅଭାବ ନ ଥିଲେ ମଧ୍ୟ ଖର୍ଚ୍ଚ କରିବାରେ ସାବଧାନତା ଅବଲମ୍ବନ କରିବା ଭଲ ହେବ । ପାରିବାରିକ ଶାନ୍ତି ବୃଦ୍ଧି ପାଇବ । ମହିଳାମାନେ ଅର୍ଥ ପାଇବେ ।
ଧନୁ: ଆଜି ହଠାତ ବନ୍ଧୁଙ୍କ ଅନୁରୋଧକୁ ରକ୍ଷା କରି ଦୂର ଯାତ୍ରା କରିପାରନ୍ତି । ଆର୍ôଥକସ୍ଥିତିରେ ଉନ୍ନତି ହେବ । କେତେକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଅସମର୍ଥ ହେବେ ।
ମକର: ଅଫିସରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟହ୍ନେ ମନର ବିରକ୍ତିଭାବ ସୃଷ୍ଟି ହେବ । ମୂଲ୍ୟବାନ ଜିନିଷକ୍ରୟ କରିପାରନ୍ତି । ମହିଳାମାନେ ହଠାତ ଜଣେ ବନ୍ଧୁଙ୍କ ଆର୍ôଥକ ସହାୟତାରେ କାମ ହାସଲ କରିପାରିବେ ।
ଆଜି ସାମାଜିକ ପ୍ରତିଷ୍ଠା ମିଳିବ । ବ୍ୟବସାୟରେ ଉନ୍ନତି ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିପାରେ । ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ । ଆର୍ôଥକ ଅଭାବ ପରିଲକ୍ଷିତ ହେବ । ପାରିବାରିକ ଶାନ୍ତି ମିଳିବ ।
କୁମ୍ଭ: ସକାଳୁ ସକାଳୁ ଶୁଭ ଖବର ପାଇଁ ବହୁତ ଖୁସି ହୋଇଯିବେ । ବନ୍ଧୁଙ୍କ କଥା ରକ୍ଷା କରି ଯଥା ସମୟରେ ନିର୍ଦ୍ଧାରିତ ସ୍ଥାନକୁ ଯିବେ । ଯାହା ଦ୍ୱାରା କି ଆପଣଙ୍କ କାମ ସୁବିଧାରେ ହୋଇଯିବ । ଆର୍ôଥକ ସମସ୍ୟାର ସମାଧାନ ହେବ ।
ମୀନ: ସମସ୍ୟା କ୍ରମଶଃ ସୁଧୁରୁଯିବାର ଲକ୍ଷ୍ୟକରି ମନକୁ ବୁଝାଇଶୁଝାଇ ଆତ୍ମ ସନ୍ତୋଷ ଅନୁଭବ କରିପାରନ୍ତି । ରେବତୀ ନକ୍ଷେତ୍ର ସକାଶେ କିଛି ଅସୁବିଧା ଥିଲେ ମଧ୍ୟ କର୍ମକ୍ଷେତ୍ରରେ କିଛି ଅସୁବିଧା ହେବନାହିଁ । ଚିନ୍ତା ଦୂର ହୋଇଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking