24.1 C
Bhubaneswar
Thursday, May 9, 2024
Homeଓଡିଶାମଣ୍ଡିରେ ପଡି ରହିଛିି ହଜାର ହଜାର ଧାନବସ୍ତା : ଦୁଶ୍ଚିନ୍ତାରେ ଚାଷୀ

ମଣ୍ଡିରେ ପଡି ରହିଛିି ହଜାର ହଜାର ଧାନବସ୍ତା : ଦୁଶ୍ଚିନ୍ତାରେ ଚାଷୀ

ନୂଅପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ଗ୍ରାମ ପଂଚାୟତର ଡୋଙ୍ଗରୀପାଲି ମଣ୍ଡିରେ ଦୈନିକ ଟାର୍ଗେଟ କମ ଥିବା ଯୋଗୁ ମଣ୍ଡିରେ ପଡିରହିଛି ହଜାର ହଜାର ପ୍ୟାକେଟ ଧାନବସ୍ତା । ଏ ନେଇ ଚାଷୀମାନେ ବହୁତ ହଇରାଣ ହେଉଛନ୍ତି । ଶୀତ ଲହରୀରେ ବାଧ୍ୟବାଧକତାରେ ଥଣ୍ଡାରେ ଚାଷୀମାନେ ରାତିସାରା ଧାନ ଜଗି ରହୁଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଡୋଙ୍ଗରୀପାଲି ଧାନମଣ୍ଡିକୁ ସ୍ଥାନୀୟ ମା’ ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା କରୁଛନ୍ତି । ମଣ୍ଡିରେ ଦୈନିକ ଟାର୍ଗେଟ ୫ ଶହ କୁଇଂଟାଲ ଧାନ ଥିବା ବେଳେ ଅଧିକ ଧାନ ଆସୁଛି । ତେଣୁ ବହୁ ଚାଷୀଙ୍କ ଧାନ ଦୀର୍ଘ ଦିନ ହେବ ମଣ୍ଡିରେ ପଡି ରହିଛି । ଏ ସମ୍ପର୍କରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ମଣ୍ଡିର ଟାର୍ଗେଟ ଏକ ହଜାର କୁଇଂଟାଲକୁ ବୃଦ୍ଧି କରିବା ପାଇଁ ଦାବି ହେଉଛି । ଯୋଗାଣ ଅଧିକାରୀଙ୍କୁ ବୁଦ୍ଧିକୋମନା ଗ୍ରାମ ପଂଚାୟତର ଚାଷୀମାନେ ଓ ପରିଚାଳନା କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ହେଲେ ଯୋଗାଣ ଅଧିକାରୀ ଅଭିଯୋଗ ଉପରେ କୌଣସି ବିହୀତ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଚାଷୀଙ୍କ ଧାନ ୧୦ ଦିନରୁ ଅଧିକ ହେବ ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଛି । ଧାନ କାକରରେ ନଷ୍ଟ ହେବାର ସମ୍ଭାବନା ରହିଛି । ଫଳରେ ଚାଷୀମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ତମାନ ଜିଲ୍ଲାରେ ପ୍ରବଳ ଥଣ୍ଡା ଜାରି ରହିଥିବା ବେଳେ ଥଣ୍ଡାରେ ଧାନ ଜଗିବା କଷ୍ଟସାଧ୍ୟ ହୋଇ ପଡିଛି । ଏ ନେଇ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ୫ ଶହ କୁଇଂଟାଲରୁ ଏକ ହଜାର କୁଇଂଟାଲ ଧାନ ବିକ୍ରି କୁ ବୃଦ୍ଧି କରିବାକୁ ଚାଷୀମାନେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking