30.1 C
Bhubaneswar
Saturday, April 27, 2024
Homeଓଡିଶାଶୁଭାରମ୍ଭ ହେଲା ମୋ ଗାଁ , ମୋ ପ୍ରତିଭା ଅଭିଯାନ : ଦେଶର ଲକ୍ଷ ଲକ୍ଷ...

ଶୁଭାରମ୍ଭ ହେଲା ମୋ ଗାଁ , ମୋ ପ୍ରତିଭା ଅଭିଯାନ : ଦେଶର ଲକ୍ଷ ଲକ୍ଷ ଗାଁକୁ ଯୋଡିବାର ନିଆରା ପ୍ରୟାସ

ଯାଜପୁର : ଶୁଭାରମ୍ଭ ହେଲା ମୋ ଗାଁ,ମୋ ପ୍ରତିଭା ଅଭିଯାନ ।  ଦେଶର ଲକ୍ଷ ଲକ୍ଷ ଗାଁକୁ ଯୋଡିବାର ନିଆରା ଯାଜପୁର ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡ଼ଲଫିନ ଡ଼୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ପବିତ୍ର ନବବର୍ଷର ପ୍ରଥମ ଦିବସରୁ ଯାଜପୁର କେନ୍ଦ୍ରାପଡା ଜିଲ୍ଲାର ସୀମାନ୍ତ ବାଲିସାହିଠାରେ ଏକ ନିଆରା କାର୍ଯ୍ୟକ୍ରମ କରାଯାଇଥିବାର ଦେଖିବାକୁ ମିଳିଛି । କଳା, ସାହିତ୍ୟ, ସଂସ୍କୃତି, ସମାଜସେବାଠାରୁ ଆରମ୍ଭକରି ସମାଜର ତଳସ୍ତରରେ ଥିବା ଦେଶର କୋଟି କୋଟି ପ୍ରତିଭାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବାର ଏହା ଏକ ନିଆରା ପ୍ରୟାସ ଏବଂ ସାଧାରଣ ଜନତାଙ୍କର ଭଲପାଇବା ମାଧ୍ୟମରେ ୨୦୨୫ମସିହାର ଶେଷ ଭାଗରେ କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବିଶ୍ୱ ଦରବାରରେ ଭାରତକୁ ଶିଖର ସ୍ଥାନରେ ପହଞ୍ଚାଇହେବ ବୋଲି ଏହି ଅବସରରେ ଆୟୋଜିତ ଉଦଘାଟନ ସଭାରେ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ସଭାପତିତ୍ୱକରି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଛନ୍ତି । ଆଗାମୀ ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଗଣମାଧ୍ୟମ “ଦି ୱାର୍ଲଡ଼ଷ୍ଟାର ଇଣ୍ଟରନେସନାଲ” ମାଧ୍ୟମରେ ଏହାକୁ ଧାରାବାହିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରସାରିତ କରାଯିବ ବୋଲି ସୂଚନା ଦେଇଛନ୍ତି ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର‌୍ୟ୍ୟକ୍ରମ କାର୍ଯ୍ୟକ୍ରମରେ ଶତାଧିକ ପ୍ରତିଭା ଯୋଗଦାନକରି ନିଜର କଳାତ୍ମକ ପ୍ରତିଭାର ପ୍ରଦର୍ଶନ କରିଥିଲେ । ଏଥିରେ ବାଲିସାହି ଗ୍ରାମରମୁରବି ସହଦେବ ଦାସ,ଢ଼ାବା ଦାସ,ଦାଶରଥି ଦାସ,ମଣ୍ଟୁ ଦାସଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking