28.1 C
Bhubaneswar
Thursday, March 28, 2024
Homeଓଡିଶାପୁଣି ସାମ୍ବାଦିକଙ୍କୁ ଆକ୍ରମଣ

ପୁଣି ସାମ୍ବାଦିକଙ୍କୁ ଆକ୍ରମଣ

ପୁଣି ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କୁସୁମଖୁଣ୍ଟି ଠାରେ । ସୂଚନାରୁ ପ୍ରକାଶ ଯେ ଶନିବାର ଦିନ ଖବର ସଂଗ୍ରହ କରି ନିଜ ଘରକୁ ଫେରୁ ଥିବା ସମୟରେ ଓଡ଼ିଆବାର୍ତ୍ତା ସାମ୍ବାଦିକ ହିରଣ୍ୟ ବେହେରାଙ୍କୁ ସେହି ଗ୍ରାମର କିଛି ଲୋକ ଆକ୍ରମଣ କରିଥିବା ନେଇ କୋକସରା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ହେବା ପରେ କୋକସରା ଥାନା ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରିଆ ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଏମିତି ବାରମ୍ବାର ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରିବା ସହିତ ସାଧାରଣରେ ସାମ୍ବାଦିକ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ତେବେ ସମ୍ପୃକ୍ତି ଦୋଷୀକୁ ତୁରନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗିରଫ କରିବାକୁ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବି ହେଉଛି । ନଚେତ ସଙ୍ଘ ରାଜରାସ୍ତାକୁ ଓହ୍ଲାଇ  ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସାମ୍ବାଦିକ ମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking