39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମୃତ୍ୟୁ ଦଣ୍ଡ ଦିଆଯିବା ପୂର୍ବରୁ ଆଉ ଥରେ ଭାବିବା ଜରୁରୀ: ସୁପ୍ରିମକୋର୍ଟ

ମୃତ୍ୟୁ ଦଣ୍ଡ ଦିଆଯିବା ପୂର୍ବରୁ ଆଉ ଥରେ ଭାବିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମୃତ୍ୟୁ ଦଣ୍ଡ କେଉଁ ପରିସ୍ଥିତିରେ ଦିଆଯିବ? ମୃତ୍ୟୁ ଦଣ୍ଡ ଶୁଣାଣି ପୂର୍ବରୁ ଏହା ଉପରେ ବିଚାର କରିବାର ଆବଶ୍ୟକତା ରହିଛି କି? ଦେଶର ବିଚାର ବ୍ୟବସ୍ଥାରେ ଦିଆଯାଉଥିବା ମୃତ୍ୟୁ ଦଣ୍ଡ ପ୍ରସଙ୍ଗକୁ ଗୁରୁତ୍ୱ ସହ ନେଇଛନ୍ତି ସୁପ୍ରିମକୋର୍ଟ । ଏହାର ସବିଶେଷ ବିଚାର ପାଇଁ ସବୋର୍ଚ୍ଚ ଅଦାଲତ ୫ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ । ଜଷ୍ଟିସ୍ ୟୁୟୁ ଲଳିତ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଖଣ୍ଡପୀଠ ଏହି ପ୍ରସଙ୍ଗକୁ ଗୁରୁତ୍ୱ ସହ ଗ୍ରହଣ କରିଛି । ଜଣେ ଦୋଷୀଙ୍କୁ ଯଦି ସବୁଠୁ କଠୋର ଦଣ୍ଡ ଭାବେ ମୃତ୍ୟୁ ଦଣ୍ଡ ଦିଆଯାଏ ତାହେଲେ ଏନେଇ ଆଉ ଥରେ ଭାବିବା ଜରୁରୀ । କାରଣ ଯେଉଁ ଦିନ ଦୋଷୀ ସାବ୍ୟସ୍ତ କରାଯାଏ ସେହିଦିନ ହିଁ ମୃତ୍ୟୁ ଦଣ୍ଡ ଶୁଣାଣୀ କରି ଦିଆଯାଏ । ବହୁ କ୍ଷେତ୍ରରେ ଏପରି ଶୁଣାଣି ନ୍ୟାୟ ବ୍ୟବସ୍ଥା ଉପରେ ଚାପ ସୃଷ୍ଟି କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ନିମ୍ନ କୋର୍ଟରୁ ମାମଲା ଉଚ୍ଚ ଅଦାଲତରେ ପହଞ୍ଚି ଥାଏ । ଦୋଷୀର ମୃତ୍ୟୁ ଦଣ୍ଡ କମ୍ କରାଯାଇ ପାରିବ । ସବୁ ପରିସ୍ଥିତିର କଠୋର ଦଣ୍ଡର ଅର୍ଥ ମୃତ୍ୟୁ ଦଣ୍ଡ ନୁହେଁ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି । ସଜା କମ୍ କରିବା ଉପରେ ବି ଶୁଣାଣି ହେବା ଜରୁରୀ । ନିମ୍ନ କୋର୍ଟ କିମ୍ବା ଯେଉଁ କୋର୍ଟ ଏହାର ଶୁଣାଣି କରୁଛନ୍ତି ସେମାନେ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଦୋହରାଇଛନ୍ତି ସୁପ୍ରିମକୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking