29.1 C
Bhubaneswar
Wednesday, May 8, 2024
Homeଅପରାଧଘର ଭିତରେ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ

ଘର ଭିତରେ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ

ବଲାଙ୍ଗୀର : ସରକାରୀ କ୍ୱାର୍ଟରରୁ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି ଟାଉନ ପୋଲିସ୍ । ବଲାଙ୍ଗୀର ଜିଲ୍ଲାର ଚନ୍ଦ୍ରଶେଖର ନଗରର ସ୍ଥାନୀୟ ଏଲ୍‌ଆଇସି ଅଫିସ ପଛପଟ ଗଳିରେ ଏକ କ୍ୱାର୍ଟରରୁ ଉଦ୍ଧାର ହୋଇଛି । ତେବେ ରାଜ୍ୟରେ ଦିନକୁ ଦିନ ଏପରି ହିଂସାତ୍ମକ କାର୍ଯ୍ୟ ବହୁଳ ମାତ୍ରରେ ବଢି ଚାଲିଛି । ବୃଦ୍ଧ ଜଣଙ୍କର ମୃତ ଦେହ ଘର ଭିତରେ ପଡ଼ି ରହିଛି । ଅନ୍ୟପଟେ ବୃଦ୍ଧାଙ୍କ ବେକରେ ରସି ଲାଗି ଝରକାରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ମୃତ ବୃଦ୍ଧ ଦମ୍ପତିଙ୍କ ଘର ସଦର ବ୍ଲକ ପୁଡ଼ାସିଂ ଗାଁରେ ।ସୂଚନା ଅନୁସାରେ ମୃତ ବୃଦ୍ଧ ଦମ୍ପତ୍ତି ହେଲେ ବଲାଙ୍ଗିର ସଦର ବ୍ଲକ୍‌ କୁଡ଼ାସିଂଗା ଗାଁର ୮୨ ବର୍ଷ ବୟସ୍କ ବୃନ୍ଦାବନ ସାହୁ ଏବଂ ତାଙ୍କ ପତ୍ନୀ ୮୦ ବର୍ଷ ବୟସ୍କା ନିରାଶ ସାହୁ । ସନ୍ତାନ ସନ୍ତତି କେହି ନଥିବାରୁ ଗତ ଦୁଇ ତିନି ବର୍ଷ ହେଲା ସ୍ୱାମୀ ସ୍ତ୍ରୀ ଦୁହେଁ ବଲାଙ୍ଗିର ଆସି ଚନ୍ଦ୍ରଶେଖରନଗରରେ ଥିବା ଜଣେ ସଂପର୍କୀୟଙ୍କ ଘର ପାଖରେ ରାଜସ୍ୱ ବିଭାଗର ଖାଲି ପଡ଼ିଥିବା ଏକ ପୁରୁଣା ଘରେ ରହୁଥିଲେ । ଗତବର୍ଷ ଠାରୁ ଏଇ ଅଂଚଳରେ ଭିକ ମାଗି ଚଳୁଥିଲେ ବୃଦ୍ଧ ଦମ୍ପତ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଆଜି ସକାଳୁ ବୃଦ୍ଧ ଦମ୍ପତ୍ତିଙ୍କ ମୃତ ଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking