27.1 C
Bhubaneswar
Tuesday, May 7, 2024
Homeଅପରାଧଡାହାଣୀ ସନ୍ଦେହରେ ୩ ମହିଳାଙ୍କୁ ପିଟିପିଟି ହତ୍ୟା

ଡାହାଣୀ ସନ୍ଦେହରେ ୩ ମହିଳାଙ୍କୁ ପିଟିପିଟି ହତ୍ୟା

ରାଞ୍ଚି: ଏବେବି ସମାଜରେ ଲୁଚି ରହିଛି ଅନ୍ଧବିଶ୍ୱାସ । କେତେବେଳେ ଗୁଣି ଗାରେଡ଼ି ସନ୍ଦେହରେ କାହାକୁ ହତ୍ୟା କରାଯାଉଛି ତ ପୁଣି କେତେବେଳେ ଗାଁରୁ ବାସନ୍ଦ କରାଯାଉଛି । ଝାଡ଼ଖଣ୍ଡ ରାଞ୍ଚିର ରାଣାଡିହ ଗ୍ରାମରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଡାହାଣୀ ସନ୍ଦେହରେ ତିନି ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡରେ ମୃତ ମହିଳାଙ୍କ ପୁଅ ଏବଂ ସ୍ୱାମୀ ମଧ୍ୟ ସାମିଲ ଥିବା ଜଣାପଡ଼ିଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି ପୋଲିସ ପଚରା ଉଚରା କରୁଛି । ସୂଚନା ଅନୁଯାୟୀ, ଗ୍ରାମର ଏକ ବିଦ୍ୟାଳୟ ଛାତ୍ରକୁ ସାପ କାମୁଡ଼ି ଦେଇଥିଲା । ଏହାପରେ ପରିବାର ଲୋକେ ଗୁଣିଆ ପାଖକୁ ନେଇ ଝଡ଼ା ଫୁଙ୍କା କରାଇଥିଲେ ।

ଏହି ସମୟରେ ଉକ୍ତ ଛାତ୍ରର ମୃତ୍ୟୁ ଘଟିଥିବାବେଳେ ଗ୍ରାମରେ ଡାହାଣୀ ବୁଲୁଥିବା ଚାରିଆଡେ ପ୍ରଚାର ହେଲା । ଗ୍ରାମର ଆଉ ଜଣଙ୍କ ପୁଅକୁ ମଧ୍ୟ ସାପ କାମୁଡ଼ିଥିଲା । ସୌଭାଗ୍ୟ ବସତଃ ଚିକିତ୍ସା ବଳରେ ସେ ସୁସ୍ଥ ହୋଇଗଲେ । କିନ୍ତୁ ଗୁଣି ଗାରେଡ଼ି ସନ୍ଦେହରେ ଗ୍ରାମରେ ବୈଠକ ହୋଇ ତିନି ମହିଳାଙ୍କୁ ଡାହାଣୀ ବୋଲି ଦୋଷୀ ସାବ୍ୟସ୍ତ କରାଗଲା । ଏହାପରେ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଉକ୍ତ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଲା ବେଳେ ଗ୍ରାମଲୋକେ ଅଟକାଇଥିଲେ । ଦ୍ୱିତୀୟ ଥର ପାଇଁ ପୋଲିସ ଯିବା ସମୟରେ ଗ୍ରାମର କୌଣସି ଯୁବକ ନଥିଲେ ଏବଂ ମହିଳାମାନେ କିଛି କହିବାକୁ ମନା କରିଥିଲେ । ଏନେଇ ବୁଣ୍ଡୁ ଡିଏସପି ଅଡୟ କୁମାର କହିଛନ୍ତି, “ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି । ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ୪ରୁ୫ ଲୋକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking