31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବିଜେପି ନେତ୍ରୀଙ୍କୁ ୬୪ ବର୍ଷରେ ବିବାହ କଲେ ଲାଲୁଙ୍କୁ ସଜା ଶୁଣାଇଥିବା ବିଚାରପତି

ବିଜେପି ନେତ୍ରୀଙ୍କୁ ୬୪ ବର୍ଷରେ ବିବାହ କଲେ ଲାଲୁଙ୍କୁ ସଜା ଶୁଣାଇଥିବା ବିଚାରପତି

ରାଞ୍ଚି: ପ୍ରେମ ମାନେନି ବୟସର ବନ୍ଧବାଡ଼ । ପଶୁପାଳନ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବିଚାରପତି ଶିବପାଲ ସିଂଙ୍କ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି । ୬୪ ବର୍ଷରେ ବିଜେପି ନେତ୍ରୀ ନୂତନ ତିୱାରୀଙ୍କୁ ବିବାହ କରିଛନ୍ତି । ବିଗତ ୩ ବର୍ଷ ହେଲା ଶିବପାଲ ସିଂ ଝାଡ଼ଖଣ୍ଡର ଗୁଡ୍ଡୋ ଜିଲ୍ଲାର ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ଅବସର ନେବାର ୬ ମାସ ପୂର୍ବରୁ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ନୂତନ ତିୱାରୀ ୫୦ ବର୍ଷରେ ଶିବପାଲ ସିଂଙ୍କୁ ବିବାହ କରିଛନ୍ତି । ସେ ଜଣେ ଓକିଲ ପ୍ରାକଟିସ କରୁଛନ୍ତି । ଏହା ପୂର୍ବରୁ ଗୋଦଡ଼ା ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଏଥିସହ ରାଜ୍ୟ ବିଜେପି କମିଟିର ଅନେକ ପଦବୀରେ ସେ ରହିଛନ୍ତି । ସୂଚନା ଅନୁଯାୟୀ, ନୂତନ ତିୱାରୀଙ୍କ ପୂର୍ବରୁ ବିବାହିତ ଥିଲେ । କିନ୍ତୁ ଅକାଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି । ସେହିପରି ଶିବପାଲଙ୍କ ମଧ୍ୟ ସମ୍ପୂର୍ଣ୍ଣ ପରିବାର ରହିଛି । ସେ ଉତ୍ତରପ୍ରଦେଶର ଜାଲୋର ଜିଲ୍ଲାର ଶେଖପୁର ଖୁରଡ ଗ୍ରାମର ବାସିନ୍ଦା । ୨୦୦୬ରେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା । ଶିବପାଲଙ୍କ ଏକ ପୁଅ ଏବଂ ଝିଅ ଅଛନ୍ତି । ପରିବାରର ସ୍ୱୀକୃତି ମତେ ଉଭୟେ ସାରା ଜୀବନ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁମକା ବାସୁକିନାଥ ଧାମରେ ଏମାନଙ୍କ ବିବାହ ସମ୍ପନ୍ନ ହୋଇଥିବାବେଳେ ଦୁମକା କୋର୍ଟରେ ପଞ୍ଜୀକୃତ ହୋଇଥିଲା । ଏନେଇ ନୂତନ ତିୱାରୀ କହିଛନ୍ତି, ଆସନ୍ତା ୬ ମାସ ମଧ୍ୟରେ ଶିବପାଲ ସିଂ ଅବସର ନେବାକୁ ଯାଉଛନ୍ତି । ଏହାପରେ ସାମାଜିକ ସେବାରେ ଏକାଠି କାମ କରିବେ । ପରିଣତ ବୟସରେ ବିଚାରପତିଙ୍କ ବିବାହ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking