28.1 C
Bhubaneswar
Saturday, April 27, 2024
Homeଏସିଆ କପ୍‌ଏସିଆ କପ୍‌: ସୁପର୍‌-୪ରେ ଭାରତର କ୍ରମାଗତ ପରାଜୟ

ଏସିଆ କପ୍‌: ସୁପର୍‌-୪ରେ ଭାରତର କ୍ରମାଗତ ପରାଜୟ

ଦୁବାଇ: ଚଳିତ ଏସିଆ କପ୍‌ର ସୁପର୍‌-୪ ପର୍ଯ୍ୟାୟରେ ୭ ଥରର ଚାମ୍ପିଅନ୍ ଭାରତ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି । ପ୍ରଥମ ମ୍ୟାଚ୍‌ରେ ଦଳ ପାକିସ୍ତାନଠାରୁ ହାରିବା ପରେ ମଙ୍ଗଳବାର ଶ୍ରୀଲଙ୍କାଠାରୁ ୬ ୱିକେଟ୍‌ରେ ପରାସ୍ତ ହୋଇଛି । ଫଳସ୍ୱରୂପ ଦଳର ଫାଇନାଲ୍‌ରେ ପହଞ୍ଚିବା ଆଶାରେ ବସ୍ତୁତଃ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି । ପ୍ରଥମେ ବ୍ୟାଟିଂ ପାଇଥିବା ଭାରତ ୮ ୱିକେଟ୍‌ରେ ୧୭୩ ରନ୍ କରିଥିଲା । ଓପନର ଲୋକେଶ ରାହୁଲ୍ ଓ ବିରାଟ କୋହଲି ଯଥାକ୍ରମେ ୬ ଓ ଶୂନରେ ଆଉଟ୍ ହେବା ପରେ ଅଧିନାୟକ ତଥା ଅନ୍ୟତମ ଓପନର ରୋହିତ ଶର୍ମା ସୂର୍ଯ୍ୟକୁମାର ଯାଦବଙ୍କ ସହ ତୃତୀୟ ୱିକେଟ୍‌ରେ ୯୭ ରନ୍ ଯୋଡ଼ିଥିଲେ ।

ରୋହିତ ୪୧ ବଲ୍ ଖେଳି ୫ଟି ଚୌକା ଓ ୪ଟି ଛକା ସହ ୭୨ ରନ୍‌ରେ ଆଉଟ୍ ହେବା ଫଳରେ ଏହି ଭାଗୀଦାରୀ ଭାଙ୍ଗିଥିଲା । ଦଳ କ୍ରମାଗତ ୱିକେଟ୍‌ମାନ ହରାଇବା ଫଳରେ ବଡ଼ ସ୍କୋର୍‌ରୁ ବଞ୍ଚିତ ହୋଇଥିଲା । ସୂର୍ଯ୍ୟକୁମାର ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୩୪ ରନ୍ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଛକା ସହ ୧୭ ଏବଂ ଋଷଭ ପନ୍ତ୍ ୩ଟି ଚୌକା ସହ ୧୭ ରନ୍ କରିଥିଲେ । ଏହାଛଡ଼ା ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ଛକା ସହ ୧୫ ରନ୍ କରି ଅପରାଜିତ ଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ୍ ମଦୁଶଙ୍କା ୩ଟି ଏବଂ ଚାମିକା କରୁଣାରତ୍ନେ ଓ ଅଧିନାୟକ ଦାସୁନ୍ ଶନାକା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂରେ ଦଳ ଅନ୍ତିମ ଓଭର୍‌ର ପଞ୍ଚମ ବଲ୍‌ରେ ୪ଟି ୱିକେଟ୍ ବିନିମୟରେ ୧୭୪ ରନ୍ କରି ବିଜୟୀ ହୋଇଥିଲା । ଦଳ ପକ୍ଷରୁ ଦୁଇ ଓପନର ପାଥୁମ୍ ନିଶଙ୍କା ଓ କୁସାଲ ମେଣ୍ଡିସ୍ ୯୭ ରନ୍ ଯୋଡ଼ିଥିଲେ । ମେଣ୍ଡିସ୍ ୪ଟି ଚୌକା ଓ ୩ଟି ଛକା ସହ ୫୭ ଏବଂ ନିଶଙ୍କା ୪ଟି ଚୌକା ଓ ୨ଟି ଛକା ଜରିଆରେ ୫୨ ରନ୍ କରିଥିଲେ । ଏହାଛଡ଼ା ଅଧିନାୟକ ଶନାକା ୧୮ଟି ବଲ୍ ଖେଳି ୪ଟି ଚୌକା ଓ ଗୋଟିଏ ଛକା ସହ ୩୩ ଏବଂ ଭାନୁକା ରାଜପକ୍ଷ ୨ଟି ଛକା ସହ ୨୫ ରନ୍ କରିବାକୁ ସକ୍ଷମ ହୋଇଥିଲେ । ଉଭୟ ପଞ୍ଚମ ୱିକେଟ୍‌ରେ ଅବିଭାଜିତ ୬୪ ରନ୍ ଯୋଡ଼ି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ୍ ୩ଟି ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଗୋଟିଏ ୱିକେଟ୍ ନେଇଥିଲେ । ପ୍ରତିଯୋଗିତାରେ ବୁଧବାର ଶାରଜାଠାରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking