29.1 C
Bhubaneswar
Tuesday, May 7, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ପ୍ରଭୁଙ୍କ ଧ୍ୟାନରେ ମନକୁ ଶାନ୍ତି ମିଳିବ । ଅଧିକ ସମୟ ଉପବାସ ରୁହନ୍ତୁ ନାହିଁ । ଅଫିସ୍‌ରେ ଆପଣଙ୍କ କୌଣସି କାମରେ ପ୍ରଶଂସା ମିଳିପାରେ । ଛାତ୍ରଙ୍କୁ ଶୀକ୍ଷକଙ୍କ ପୁରା ସହଯୋଗ ମିଳିବ । ମହିଳାମାନେ ଅନ୍ୟ ଦ୍ୱାରା ସାହାଯ୍ୟ ପାଇପାରନ୍ତି ।

ବୃଷ : ସକରାତ୍ମକ ଭାବନା ନେଇ ଦିନଟି ଶୁଭାରମ୍ଭ କରିବେ । ଆପଣଙ୍କ ମିଷ୍ଠ ବ୍ୟବହାର ଆପଣଙ୍କୁ ସାହାଯ୍ୟ କରିବ । ପତିଙ୍କ ସହଯୋଗ ମିଳିବ । ଗୃହରେ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ମହିଳାମାନେ ଦୂର ଯାତ୍ରା କରିପାରନ୍ତିି ।

ମିଥୁନ : ପାରିବାରିକ ମାମଲାରେ ବଡ଼ ଫଇସଲା ନେଇପାରନ୍ତି । ଅଧିକାରୀଙ୍କ ସହିତ ତାଳ ମେଳ ବଜାୟ ରଖିନ୍ତୁ । ଫାଇଦା ହେବ । ଶତ୍ରୁ ଆପଣଙ୍କର କ୍ଷତି କରିପାରନ୍ତି । ସତର୍କ ରୁହନ୍ତୁ । ବହୁ ଦିନର ଆଶା ପୂରଣ ହେବ । ମହିଳାମାନେ ଅନ୍ୟକୁ ସାହାଯ୍ୟ କରିବେ ।

କର୍କଟ : ଆଜି ଆପଣ ନୂଆ ଉର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବେ । ବାରମ୍ବାର ଯୋଜନା ପ୍ରସ୍ତୁତି କରିବେ । କାମ ପରେ ସନ୍ଧ୍ୟାରେ ସମୟ ଆନନ୍ଦଭରା ରହିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ମହିଳାମାନେ ଗୁରୁଜନମାନଙ୍କୁ ପୂଜା କରିବେ ।

ସିଂହ : କ୍ୟାରିୟର ପାଇଁ ନୂଆ ସୁଯୋଗ ମିଳିପାରେ । ଆପଣଙ୍କ ବ୍ୟବହାର ବହୁତ ମିଷ୍ଠ ରହିବ । ଖଳ ଲୋକଙ୍କ ପ୍ରତି ସତର୍କ ରୁହନ୍ତୁ । ଅଚାନକ ଧନଲାଭ ହେବ । ପ୍ରେମ ସମ୍ବନ୍ଧରେ ସଫଳତା ଲାଭ କରିବେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ନମ୍ବର ରଖିବେ ।

କନ୍ୟା : ଆଜିର ଦିନଟି ପାରିବାରିକ କ୍ଷେତ୍ରରେ ଆନନ୍ଦ ଦେଖାଦେବ । ମାଲିମୋକଦ୍ଦମାରେ ଜୟଯୁକ୍ତ ହେବେ । ବ୍ୟବସାୟରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଚାକିରୀରେ ଉନ୍ନତି କରିବେ । ମହିଳାମାନେ ଉଚ୍ଚକର୍ମଚାରୀଙ୍କ୍ ଦ୍ୱାରା ଉପକୃତ ହେବେ ।

ତୁଳା : ଆଜି ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରି ଲାଭବାନ ହେବେ । କୌଣସି କାର୍ଯ୍ୟରେ ଲାଗି ରହିବେ । ଚାକିରୀ କ୍ଷେତ୍ରରେ ସମ୍ମାନୀତ ହୋଇପାରନ୍ତି । ମହିଳା ଓ ବିଦ୍ୟାର୍ଥୀମାନେ ଉପକୃତ ହେବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ ।

ବିଛା : କର୍ମକୁ ନେଇ ବ୍ୟସ୍ତ ଅନୁଭବ କରିବେ । ଜ୍ୱର ଜନିତ ରୋଗରେ କଷ୍ଟ ପାଇପାରନ୍ତି । ବ୍ୟବସାୟକୁ ନେଇ ଚିନ୍ତାରେ ଥିଲେ ମଧ୍ୟ ଖୁସି ଅନୁଭବ କରିବେ । କୌଣସି ମହିଳାଙ୍କ ଦ୍ୱାରା ଉପକୃତ ହେବେ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉପକୃତ ହେବେ ।

ଧନୁ : ବ୍ୟବସାୟ ତଥା ଚାକିରୀ କ୍ଷେତ୍ରରେ ଉନ୍ନତି କରିବେ । କଳାକାରଙ୍କ ପାଇଁ ନୂତନ ସୁଯୋଗ ଆସିବ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଆସିଲେ ମଧ୍ୟ ଆୟ ଭଲ ରହିବ । ବୁଲାବୁଲିର ସୁଯୋଗ ଆସିବ । ମହିଳା ଓ ବିଦ୍ୟାର୍ଥୀମାନେ ବାହାରକୁ ବୁଲିଯିବାକୁ ସୁଯୋଗ ପାଇବେ।

ମକର : କୌଣସି ଘଟଣାକୁ ନେଇ ଚିନ୍ତାରେ ପଡ଼ିବେ । ଦୂର ସ୍ଥାନକୁ ଯାତ୍ରାର ସୁଯୋଗ ରହିଛି । ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଆସିଲେ ମଧ୍ୟ ଆୟ ଭଲ ରହିବ । ଉତ୍ତମ ଭୋଜନ ମିଳିପାରେ । ବ୍ୟବସାୟରେ ସାମାନ୍ୟ ଲାଭ ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀ ସଫଳ ହେବେ ।

କୁମ୍ଭ : ହଠାତ ଧନଲାଭ ହୋଇପାରେ । କୌଣସି ଘଟଣାରକୁ ନେଇ ବିଚଳିତ ହୋଇପାରନ୍ତି । ବ୍ୟବସାୟରେ ଦୂର ଯାତ୍ରା କରି ସଫଳ ହେବେ । ଚାକିରୀ କ୍ଷେତ୍ରରେ ଉନ୍ନତି କରିବା ସହ ସମ୍ମାନ୍ନ ମିଳିବ । ବିଦ୍ୟାର୍ଥୀମାନେ ସଫଳ ହେବେ ।

ମୀନ : ଆଜି ସକାଳୁ ସକାଳୁ ବନ୍ଧୁଙ୍କ ଦ୍ୱାରା ସଫଳତା ପାଇବେ । ବ୍ୟବସାୟକୁ ଦୁଃଖ ପ୍ରକାଶ କରିବେ । ଅନ୍ୟଦ୍ୱାରା ଠକାମିରେ ପଡ଼ିପାରନ୍ତି । ରାଜନୀତିରେ ଅପମାନିତ ହୋଇପାରନ୍ତି । ନୂତନ ଗୃହ ନିର୍ମାଣ ପାଇଁ ସୁଯୋଗ ଆସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking