26.1 C
Bhubaneswar
Wednesday, May 8, 2024
Homeଅପରାଧଶ୍ୱଶୁର ନେଲା ଜ୍ୱାଇଁର ଜୀବନ

ଶ୍ୱଶୁର ନେଲା ଜ୍ୱାଇଁର ଜୀବନ

କେରଳ : କେରଳର ପାଲକକାଡ଼ ଜିଲ୍ଲାରେ ଜଣେ ୨୭ ବର୍ଷିୟ ଯୁବକକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଦେଇଛନ୍ତି । ମୃତକର ନାମ ଅନୀଷ । ସୂଚନା ଅନୁସାରେ ୩ ମାସ ତଳେ ଅନୀଷର ବିବାହ ହୋଇଥିଲା । ପୋଲିସର କହିବା ଅନୁସାରେ ଏହି ହତ୍ୟା ମାମଲାର କାରଣ ଅନର କିଲିଙ୍ଗ ବୋଲି ଜଣାପଡ଼ୁଛି । ଅଭିଯୋଗ ହୋଇଛି ଯେ ଅନୀଷର ହତ୍ୟା ତା ଶ୍ୱଶୁର ଓ ଓ ଶଶୁରଙ୍କ ଭାଇ ମିଶିକି କରିଛନ୍ତି । ପୋଲିସ ହତ୍ୟାର ଆରୋପରେ ମୃତକଙ୍କ ଶ୍ୱଶୁର ପ୍ରଭୁକୁମାର ଓ ଦାଦା ଶ୍ୱଶୁରଙ୍କୁ ଗିରଫ କରିଛି । ପୋଲିସର କହିବା ଅନୂସାରେ ଅନୀଷର ପୂର୍ବ କିଛିଦିନ ହେବ ଜଣେ ଝିଅ ସହ ପ୍ରେମ ସଂମ୍ପର୍କ ଥିଲା । ପୋଲିସର ହସ୍ତକ୍ଷେପ କରିବାରୁ ବାପା ,ମା, ବିବାହ ପାଇଁ ରାଜି ହୋଇଯାଇଥିଲେ । କିନ୍ତୁ ଏହା ଶୁଣାଯାଏ ଯେ ବିବାହ ପୂର୍ବରୁ ମଧ୍ୟ ଝିଅ ଘର ତରଫରୁ ପୁଅକୁ ଧମକ ଦିଆଯାଉଥିଲ । ଏହାପରେ ଶୁକ୍ରବାର ଦିନ ଅନୀଷ କେଉଁ କାମରୁ ଘରକୁ ଫେରୁଥିଲା । ସେତେବେଳେ ତା ଉପରେ ଧାରୁଆ ଅସ୍ତ୍ରରେ ଅକ୍ରମଣ କରାଯାଇଥିଲା । ପରେ ହସ୍ପିଟାଲ ନେବା ବେଳେ ତାର ମୃତ୍ୟୁ ହୋଇଥିଲ । ପୋଲିସ ଏହି ହତ୍ୟା ଘଟଣାରେ ଅନୀଷର ପତ୍ନୀ ,ପିତା ଓ ଦାଦାଙ୍କୁ ଥାନାକୁ ନେଇଥିଲା । ସେଠାରେ ଅନୀଷର ପତ୍ନୀ ନିଜ ପିତା ଓ ଦାଦାଙ୍କୁ ଆକ୍ରମଣକାରୀ ବୋଲି ଚିହ୍ନଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking