30.1 C
Bhubaneswar
Friday, April 26, 2024
Homeଅପରାଧବଡ ଭାଇର ପରିବାରକୁ ନିଶ୍ଚିହ୍ନ କଲା ସାନ ଭାଇ

ବଡ ଭାଇର ପରିବାରକୁ ନିଶ୍ଚିହ୍ନ କଲା ସାନ ଭାଇ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଗୋଟିଏ ପରିବାର ୪ ଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଛି। ସ୍ବାମୀ, ସ୍ତ୍ରୀଙ୍କ ସମେତ ୨ ଶିଶୁଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତ ଶିଶୁଙ୍କ ମଧ୍ୟରୁ ଜଣେ ୭ ବର୍ଷର ଝିଅ ଓ ଜଣେ ୫ ବର୍ଷର ପୁଅ ଥିବା ଜଣାପଡିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଗତକାଲି ରାତିରେ କାଳୀ ମୁଣ୍ଡା ଓ କାଣ୍ଡେଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କାଳୀ ମୁଣ୍ଡା ପ୍ରଥମେ କାଣ୍ଡେ ମୁଣ୍ଡାଙ୍କୁ ଟାଙ୍ଗିଆରେ ବେକ ଓ ମୁଣ୍ଡକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଏହାପରେ ତା’ଭାଉଜ ଓ ତାଙ୍କ ପୁଅ ଓ ଝିଅକୁ ବେକରେ ଟାଙ୍ଗିଆ ଚୋଟ ପକାଇ ହତ୍ୟା କରିଥିଲା। ଏହି ଘଟଣା ପରେ ଆଜି ସକାଳେ ବଣାଇଁ ଥାନାରେ କାଳୀ ମୁଣ୍ଡା ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।ଆଜି ସକାଳେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ବଣାଇଁ ଥାନା ଏଏସଆଇ ବ୍ରଜ କିଶୋର ଦାସ ପହଞ୍ଚି ମୃତଦେହ ଜବତ କରିଥିଲେ। ଏହି ଘଟଣାରେ କାଳୀ ମୁଣ୍ଡାକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଏବେ ଅଧିକ ତଦନ୍ତ ଚାଲିଥିବା ନେଇ ଏଏସଆଇ ବ୍ରଜ କିଶୋର ଦାସ ସୂଚନା ଦେଇଛନ୍ତି।​ ପୁଲିସ ମୃତ ବ୍ୟକ୍ତିଙ୍କ ସାନ ଭାଇଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି।
https://onakhabar.com/2020/02/15/cuttack-double-murder/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking