28.1 C
Bhubaneswar
Saturday, May 11, 2024
Homeଅପରାଧପତ୍ନୀଙ୍କୁ ହତ୍ୟା କଲା ପରେ ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

ପତ୍ନୀଙ୍କୁ ହତ୍ୟା କଲା ପରେ ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

ଝାରସୁଗୁଡ଼ା: ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । ପାରିବାରିକ କଳହ ମଧ୍ୟ ଭୟଙ୍କର ରୂପ ନେଇ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ଘଟୁଛି । ତେବେ ଏଭଳି ଏକ ଘଟଣା ଲଇକେରା ଥାନା ପାକେଲପଡ଼ା ହାଇସ୍କୁଲ ପଡ଼ାରେ ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଛି । ନିଜ ପତ୍ନୀର ବେକରେ ପିନ୍ଧିଥିବା ଲୁଙ୍ଗିକୁ ଗୁଡ଼ାଇ ପତ୍ନୀର ତଣ୍ଟିଚିପି ତାକୁ ହତ୍ୟା କରିଛି ସ୍ୱାମୀ ।
ସୂଚନା ଅନୁସାରେ, ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଅଭିଯୁକ୍ତ ସ୍ୱାମୀ ଡିଲେଶ୍ୱର ଛୁରା ,ପତ୍ନୀ ହୀରାମତି ଛୁରାଙ୍କ ବେକରେ ନିଜେ ପିନ୍ଧିଥିବା ଲୁଂଗିକୁ ପତ୍ନୀଙ୍କ ତଣ୍ଟିରେ ଗୁଡ଼ାଇ ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଛି । ପରେ ଥାନାରେ ଆସି ନିଜେ କରିଥିବା ଅପରାଧକୁ ସ୍ୱୀକାର କରିବା ସହ ଆତ୍ମସମର୍ପଣ କରିଛି । ଲଇକେରା ଥାନା ଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀ କହିଛନ୍ତି, ମୃତକଙ୍କ ପରିବାର ଲୋକଙ୍କୁ ଘଟଣା ସଂପର୍କରେ ଖବର ଦିଆଯାଇଛି । ଆମର ପୁଲିସ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । ଏହି ଘଟଣାର ତଦନ୍ତ କାର‌୍ୟ୍ୟ ଅବ୍ୟାହତ ରହିଥିବା ସେ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking