29.1 C
Bhubaneswar
Saturday, April 27, 2024
Homeଓଡିଶାରାଜଧାନୀରେ ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ରାଜଧାନୀରେ ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜଧାନୀରେ ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ। ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ମୃତକ ଜଣକ କାର୍ତ୍ତିକ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଦ୍ରୁତ ଗତିରେ ଗାଡ଼ି ଚଳାଇବାକୁ ନେଇ ବଚସାରୁ କାର୍ତ୍ତିକଙ୍କ ସହ କିଛି ଦୁର୍ବୃତ୍ତଙ୍କ ଗଣ୍ଡଗୋଳ ହୋଇଥିଲା । ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ କାର୍ତ୍ତିକ ସାହୁକୁ କିଛି ଦୁର୍ବୃତ୍ତ ଘରୁ ଡାକି ନେଇଥିଲେ । ଏହା ପରେ କିଛି ଦୂରକୁ ନେଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପୁଅ କାର୍ତ୍ତିକ ଗୁରୁତର ଆହତ ହୋଇଥିବା ଖବର ପାଇ ତାକୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ସହ କଟକକୁ ସ୍ଥାନାନ୍ତର କରିଥିଲେ ତାଙ୍କ ବାପା । ତେବେ କଟକରେ କାର୍ତ୍ତିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କାର୍ତ୍ତିକଙ୍କୁ ହତ୍ୟା କରିଥିବା ଦୁର୍ବୃତ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ମାମଲାର ତନାଘନା ଆରମ୍ଭ କରିଛି କମିଶନରେଟ ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking