31.1 C
Bhubaneswar
Tuesday, May 7, 2024
Homeଓଡିଶାଟାଟା ବିଏସ୍‌ଏଲ ପକ୍ଷରୁ କୋଭିଡ୍ ହସ୍ପିଟାଲ୍ ଲୋକାର୍ପିତ

ଟାଟା ବିଏସ୍‌ଏଲ ପକ୍ଷରୁ କୋଭିଡ୍ ହସ୍ପିଟାଲ୍ ଲୋକାର୍ପିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ମହାମାରୀ କରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଆଜି ଢେଙ୍କାନାଳ ଜିଲ୍ଲାରେ ଥିବା ଟାଟା ବିଏସ୍‌ଏଲ୍ ଷ୍ଟିଲ୍ ପ୍ଲାଂଟ୍ ତରଫରୁ ଖଡଗପ୍ରସାଦ କଲେଜ ପରିସରରେ ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଭର୍ଚୁଆଲ୍ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଟାଟା ଷ୍ଟିଲ୍ ବିଏସ୍‌ଏଲ୍ କଂପାନୀ ପକ୍ଷରୁ ଖଡଗପ୍ରସାଦ କଲେଜରେ ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି ।

ଢେଙ୍କାନାଳ ଓଡାପଡା ବ୍ଲକ୍‌ର ଖଡଗ ପ୍ରସାଦ କଲେଜରେ ଏହି କୋଭିଡ୍ ହସ୍ପିଟାଲ କାର୍ଯ୍ୟ କରିବ। ଏଥିରେ ଭେଂଟିଲେଟର ଓ ୧୦ ଟି ଆଇସିୟୁ ବେଡ୍ ବ୍ୟବସ୍ଥା ରହିଛି । ଯାହାକି ଢେଙ୍କାନାଳ ଜିଲ୍ଲାର ଓଡାପଡା ଓ ବଅଁରପାଳ ବ୍ଲକ୍ ସମେତ ଆଖ ପାଖର ଲୋକମାନେ ଉପକୃତ ହେବେ ବୋଲି ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଜଣାପଡିଛି । ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ଖଡଗପ୍ରସାଦ ଠାରେ ରାଜ୍ୟ ଇଷ୍ପାତ ଓ ପୁର୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ବିଧାୟକ ଶ୍ରଯୁକ୍ତ ସୁଧୀର ସାମଲ , ସୀମାରାଣୀ ନାୟକ, ଟାଟା ଷ୍ଟିଲ୍ ପକ୍ଷରୁ ଅଧ୍ୟକ୍ଷ ଟିଭି ନରେନ୍ଦ୍ର ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking