31.1 C
Bhubaneswar
Sunday, May 19, 2024
Homeଓଡିଶାଜାମୁକୋଳି ତୋଳିବାକୁ ନେଇ ଘଟିଛି ତୁମୁଳକାଣ୍ଡ

ଜାମୁକୋଳି ତୋଳିବାକୁ ନେଇ ଘଟିଛି ତୁମୁଳକାଣ୍ଡ

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁଷଳ ଗ୍ରାମରେ ଜାମୁକୋଳି ତୋଳିବାକୁ ନେଇ ଘଟିଛି ତୁମୁଳକାଣ୍ଡ । ଏପରିକି ଦୁଇ ପରିବାର ମଧ୍ୟରେ ଘମାଘୋଟ ଲଢେଇ ହେବା ଫଳରେ ୮ ଜଣ ଗୁରୁତର ଅବସ୍ତାରେ ଚିକିତ୍ସିତ ହେଉଛନ୍ତି । ମଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁଷଳ ଗ୍ରାମର ଉଦୟ ମିଶ୍ରଙ୍କ ପରିବାର ଓ ଶିଦ୍ଧେଶ୍ୱର ସାହୁଙ୍କ ପରିବାର ମଧ୍ୟରେ ଅନେକ ଦିନ ହେଲା ଜମିଜମା ଭାଗ ବଂଟାକୁ ନେଇ ତିକ୍ତତା ଲାଗିରହୁଥିଲା । ଦୁଇ ପରିବାରର ଜମି ମଝିରେ ଗୋଟିଏ ଜାମୁ ଗଛରୁ ଶିଦ୍ଧେଶ୍ୱରଙ୍କ ପରିବାର ଲୋକେ ଜାମୁକୋଳି ତୋଳୁଥିବା ସମୟରେ ଉଦୟ ମିଶ୍ରଙ୍କ ପରିବାର ଲୋକେ ବାରଣ କରିବା ସହିତ ପାଟିତୁଣ୍ଡ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଶିଦ୍ଧେଶ୍ୱରଙ୍କ ପରିବାର ଲୋକେ ଉଦୟଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ଦୁଇ ପରିବାରରୁ ୮ ଜଣ ଗୁରୁତର ହୋଇ କାମାକ୍ଷାନଗର ଓ ଭୁବନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଉକ୍ତ କାଣ୍ଡରେ ଉଦୟଙ୍କ ପରିବାରରୁ ଉଦୟ ମିଶ୍ର, ପ୍ରାଶନ୍ତ ମିଶ୍ର, ରମାକାନ୍ତ ମିଶ୍ର, ଅନିତା ମିଶ୍ର ଓ କାଦମ୍ବିନୀ ମିଶ୍ର ଗୁରୁତର ହୋଇ ଭୁବନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶିଦ୍ଧେଶ୍ୱରଙ୍କ ପରିବାରରୁ ଶିଦ୍ଧେଶ୍ୱର ସାହୁ, ସୁରେଶ ସାହୁ ଓ ଦୁର୍ଯ୍ୟୋଧନ ସାହୁ କାମାକ୍ଷାନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏ ସଂକ୍ରାନ୍ତରେ ଉଦୟ ମିଶ୍ରଙ୍କ ପରିବାର ପକ୍ଷରୁ ଭୁବନ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଭୁବନ ପୋଲିସ ଏହାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking