29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଦୁଷ୍କର୍ମରୁ ଜନ୍ମିତ ଶିଶୁ କ୍ଷତିପୂରଣ ପାଇବାକୁ ହକ୍‌ଦାର 

ବମ୍ବେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଦୁଷ୍କର୍ମରୁ ଜନ୍ମିତ ଶିଶୁ କ୍ଷତିପୂରଣ ପାଇବାକୁ ହକ୍‌ଦାର 

ମୁମ୍ବାଇ: ଦୁଷ୍କର୍ମ ଯୋଗୁଁ ଜନ୍ମଗ୍ରହଣ କରିଥିବା ଶିଶୁକୁ ଅପରାଧର ଶିକାରଭାବେ ବିବେଚନା କରାଯିବା ସହ ତାକୁ ଉପଯୁକ୍ତ କ୍ଷତିପୂରଣ ମିଳିବା ଉଚିତ ବୋଲି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଜଷ୍ଟିସ ସାଧନା ଯାଦବ ଓ ଜଷ୍ଟିସ ପୃଥ୍ୱୀରାଜ ଚୌହ୍ୱାନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି । ମାମଲା ଅନୁଯାୟୀ ୨୦୧୫ରେ ମୁମ୍ବାଇର ଖାର୍ ଅଞ୍ଚଳରେ ବାସ କରୁଥିବା ରମେଶ ଭାବେକର ନାମକ ୩୩ ବର୍ଷୀୟ ଜଣେ ବ୍ୟକ୍ତି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଫଳରେ ସେ ଗର୍ଭବତୀ ହୋଇଥିଲେ । ପରବର୍ତ୍ତୀ ସମୟରେ ନାବାଳିକା ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ପ୍ରସବର ଦୁଇଦିନ ପରେ ନାବାଳିକାର ମୃତ୍ୟୁ ଘଟିବାରୁ ଶିଶୁପୁତ୍ରକୁ ନାବାଳିକାଙ୍କ ପରିବାର କିମ୍ବା ଦୁଷ୍କର୍ମକାରୀ କେହି ଗ୍ରହଣ କରିବାକୁ ରାଜି ହୋଇନଥିଲେ । ଫଳରେ ଶିଶୁକୁ ଏକ ଅନାଥାଶ୍ରମରେ ରଖାଯାଇଥିଲା । ନାବାଳିକାଙ୍କ ପରିବାର ଥାନାରେ ଏତଲା ଦାଏର କରିଥିଲେ । ତଦନୁଯାୟୀ ମୁମ୍ବାଇର ପୋକ୍‌ସୋ ଅଦାଲତ ୨୦୧୮ ସେପ୍ଟେମ୍ବରରେ ରମେଶଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ । ତେବେ ଶିଶୁପୁତ୍ରର ଭରଣପୋଷଣ ଦାବିକରି ଅନାଥାଶ୍ରମ ପକ୍ଷରୁ ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ଶିଶୁପୁତ୍ରର ଭବିଷ୍ୟତ ପାଇଁ ୨ ଲକ୍ଷ ଟଙ୍କା ଜମା କରିବାକୁ ରମେଶକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking