39.1 C
Bhubaneswar
Tuesday, April 23, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଆଲୋଚନା ପାଇଁ ୟୁକ୍ରେନ୍ ରାଜି

ଆଲୋଚନା ପାଇଁ ୟୁକ୍ରେନ୍ ରାଜି

କିଏଭ୍‌: ଯୁଦ୍ଧ ପ୍ରସଙ୍ଗରେ ରୁଷ୍ ସହ ଆଲୋଚନା କରିବାକୁ ୟୁକ୍ରେନ୍ ପ୍ରଥମେ ଯେଉଁ ସର୍ତ୍ତ ରଖିଥିଲା, ବର୍ତ୍ତମାନ ସେଥିରୁ ଓହରି ଆସିଛି । ଅପରପକ୍ଷରେ ବେଲାରୁଷ୍ ସୀମାବର୍ତ୍ତୀ ଚେର୍ନୋବିଲ୍ ନିକଟରେ ରୁଷ୍ ସହ ଆଲୋଚନା କରିବାକୁ ୟୁକ୍ରେନ୍ ରାଜି ହୋଇଛି । ରବିବାର ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ଲୁକାସେଙ୍କୋଙ୍କ ସହ କଥାବାର୍ତ୍ତା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍‌ସ୍କି ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି । ସୂଚନାଯୋଗ୍ୟ ବେଲାରୁଷ୍‌ରେ ଆଲୋଚନା କରିବାକୁ ରୁଷ୍ ପ୍ରଥମେ ପ୍ରସ୍ତାବ ଦେଇଥିଲା । ତେବେ ୟୁକ୍ରେନ୍ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲା ଯେ ବେଲାରୁଷ୍ ରୁଷ୍‌ର ମିତ୍ର ରାଷ୍ଟ୍ର ହେବାସାଙ୍ଗକୁ ୟୁକ୍ରେନ୍ ଆକ୍ରମଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବେଲାରୁଷର ପ୍ରଚ୍ଛନ୍ନ ହାତ ରହିଛି । ତେଣୁ ବେଲାରୁଷ ପରିବର୍ତ୍ତେ ୱାରସ୍‌(ପୋଲାଣ୍ଡ), ବୁଦାପେଷ୍ଟ (ହଙ୍ଗେରୀ), ଇସ୍ତାନବୁଲ (ତୁର୍କୀ) କିମ୍ବା ବାକୁ (ଆଜରବୈଜାନ୍‌) ଭଳି ସହରରେ ଏହି ଆଲୋଚନା କରିବାକୁ ୟୁକ୍ରେନ୍ ରୁଷ୍ ଆଗରେ ସର୍ତ୍ତ ରଖିଥିଲା । ତେବେ ରୁଷ୍ ରାଷ୍ଟ୍ରପତି ପୁଟିନ୍ ରବିବାର ପରମାଣୁ ଅସ୍ତ୍ରଶସ୍ତ୍ରକୁ ହାଇ ଆଲର୍ଟରେ ରଖିବାପରେ ବେଲାରୁଷରେ ଆଲୋଚନା ପାଇଁ ୟୁକ୍ରେନ୍ ରାଜି ହୋଇଛି ବୋଲି କୂଟନୈତିକ ମହଲ ଅନୁମାନ କରୁଛନ୍ତି । ଅପରପକ୍ଷରେ ୟୁକ୍ରେନ୍ ପ୍ରତିନିଧିମଣ୍ଡଳ ଏଠାରେ ପହଞ୍ଚିବା, ଆଲୋଚନା କରିବା ଏବଂ ପ୍ରତ୍ୟାବର୍ତ୍ତନ କରିବା ପର୍ଯ୍ୟନ୍ତ ବେଲାରୁଷ୍‌ରେ ମୁତୟନ ହୋଇଥିବା ରୁଷ୍‌ର ସବୁ ଯୁଦ୍ଧବିମାନ, ହେଲିକପ୍ଟର ଓ କ୍ଷେପଣାସ୍ତ୍ରକୁ ବ୍ୟବହାର କରାଯିବ ନାହିଁ ବୋଲି ଲୁକାସେଙ୍କୋ ୟୁକ୍ରେନ୍‌କୁ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking