27.1 C
Bhubaneswar
Wednesday, May 8, 2024
Homeଅପରାଧସରପଂଚଙ୍କ କଟୁରୀ ଚୋଟରେ ମାଆ, ପୁଅ ଗୁରୁତର

ସରପଂଚଙ୍କ କଟୁରୀ ଚୋଟରେ ମାଆ, ପୁଅ ଗୁରୁତର

ରଘୁନାଥପୁର : ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରତ୍ୟେକ ପଂଚାୟତରେ ସରପଂଚମାନଙ୍କୁ ଲୋକମାନେ ଭୋଟ ଦେଇ ନିର୍ବାଚିତ କରିଥାନ୍ତି । ଜନସାଧାରଣଙ୍କୁ କିଏ ଯଦି ଆକ୍ରମଣ କରିଥାନ୍ତି ତେବେ ସରପଂଚ ସେଠାରେ ପହଂଚି ଉକ୍ତ ଘଟଣାରେ ନ୍ୟାୟ ପ୍ରଦାନ କରିଥାନ୍ତି । ମାତ୍ର ସରପଂଚ ନିଜେ କଟୁରିରେ ଜଣେ ମାଆ ଓ ପୁଅକୁ ହାଣି ଗୁରୁତର କରିବା ଘଟଣା ଅଂଚଳରେ ଆଲୋଚନାର ବିଷୟ ହୋଇଛି ।
ସୂଚନା ଅନୁଯାୟୀ, ରଘୁନାଥପୁର ଥାନା ଅନ୍ତର୍ଗତ ସାଦେଇପୁର ଗ୍ରାମର ଶରତ ସ୍ୱାଇଁଙ୍କ ସ୍ତ୍ରୀ ହେମଲତା ସ୍ୱାଇଁ ଓ ତାଙ୍କ ପୁଅ ସଂଗ୍ରାମ ଶୁକ୍ରବାର ରାତି ୧୧.୨୦ମିନିଟ୍‌ରେ ଘରେ ଶୋଇଥିବା ସମୟରେ ସାଦେଇପୁର ସରପଂଚ ଡମ୍ବରୁଧର ବେହେରା ତାଙ୍କର ୪ଜଣ ସହଯୋଗୀଙ୍କୁ ସାଙ୍ଗରେ ନେଇ ତାଙ୍କ ଘରେ ପଶି ସଂଗ୍ରାମଙ୍କୁ କଟୁରୀ ବେଂଟରେ ପିଟି ଗୁରୁତର କରିଥିଲେ । ତାଙ୍କର ମାଆ ହେମଲତା ପ୍ରତିବାଦ କରିବାରୁ ସରପଂଚ ଉତକ୍ଷିପ୍ତ ହୋଇ ହେମଲତାଙ୍କର ମୁଣ୍ଡର ପଛ ପଟକୁ ହାଣି ଦେଇଥିଲେ। ତାଙ୍କର ବୋହୂ ଟୁକୁନି ସ୍ୱାଇଁ ବିରୋଧ କରିବାରୁ ତାଙ୍କୁ ଟଣାଓଟରା କରି ଦୁର୍ବ୍ୟବହାର କରିବା ସହିତ ଥାନାକୁ ଗଲେ ଜୀବନରୁ ମାରିଦେବୁ ଧମକ ଦେଇ ସେ ସ୍ଥାନରୁ ଚାଲିଯାଇଥିଲେ । ଏନେଇ ମା ଓ ପୁଅ ରଘୁନାଥପୁର ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ଶନିବାର ଏ ସମ୍ପର୍କରେ ହେମଲତା ରଘୁନାଥପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଚଳାଇଛି ।
ଅନ୍ୟପକ୍ଷରେ ନିଜେ ଓ ଅନ୍ୟ ସମର୍ଥକମାନଙ୍କୁ ବଂଚାଇବା ପାଇଁ ସରପଂଚ ଶ୍ରୀ ବେହେରା ସଂଗ୍ରାମ ସ୍ୱାଇଁଙ୍କ ନାମରେ ଏକ ପାଲଟା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ରଘୁନାଥପୁର ଥାନାର ନୂତନ ଆଇଆଇସି ନିରଞ୍ଜନ ମଲ୍ଲିକଙ୍କୁ ପଚାରିବାରୁ ଦ୍ୱିତୀୟ ଅଭିଯୋଗ ଗ୍ରହଣୀୟ ନୁହେଁ । ତଦନ୍ତରୁ ଜଣାଯାଇଛି ହେମଲତାଙ୍କୁ କଟୁରୀରେ ହଣା ନଯାଇ ସରପଂଚ ଓ ତାଙ୍କ ସମର୍ଥକମାନେ ତାଙ୍କୁ ଧକ୍କା ମାରିବା ଫଳରେ ସେ ପଡିଯାଇ ମୁଣ୍ଡ ଫାଟିଛି ବୋଲି ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking