27.1 C
Bhubaneswar
Wednesday, May 8, 2024
Homeଓଡିଶାଆଇପିଏଲ୍ ବେଟିଂରେ ହାରିବା ପରେ ବିଷ ପିଇ ଆତ୍ମହତ୍ୟା କଲେ ମା’-ପୁଅ

ଆଇପିଏଲ୍ ବେଟିଂରେ ହାରିବା ପରେ ବିଷ ପିଇ ଆତ୍ମହତ୍ୟା କଲେ ମା’-ପୁଅ

ରାୟଗଡ଼ା: ଶେଷଖାଲ ଥାନା ଝିମିରିପେଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ବିଷ ପିଇ ମା’ ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଆଇପିଏଲ ବେଟିଂରେ ବିପୁଳ ପରିମାଣର ଅର୍ଥ ହାରିବା ପରେ ଉଭୟ ମା’ ପୁଅ ବିଷ ପିଇ ଦେଇଥିବା କୁହାଯାଉଛି । ଗତକାଲି ମା’ ପୁଅ ବିଷ ପିଇ ଦେଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ଗତକାଲି ରାତିରେ ପୁଅର ମୃତ୍ୟୁ ଘଟିଥିଲା । ଏବଂ ଆଜି ସକାଳେ ମା’ର ମୃତ୍ୟୁ ଘଟିଛି ।

ଏନେଇ ଡାକ୍ତରଖାନାର ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ରହିଛି । ୩ ଦିନ ତଳେ ବେଟିଂରେ ଲାଗିଥିବା ଟଙ୍କା ପାଇଁ କିଛି ବ୍ୟକ୍ତି ସେମାନଙ୍କ ଘରକୁ ଆସିଥିଲେ । ସେମାନଙ୍କ ସହ ପାଟିତୁଣ୍ଡ କରିବା ସହ ଘରର କିଛି ମୂଲ୍ୟବାନ ଜିନିଷ ଉଠାଇନେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଫଳରେ ଟଙ୍କା ହରାଇବାକୁ ନେଇ ଦୁଃଖରେ ଉଭୟ ବିଷ ପିଇ ଦେଇଥିବା ସୂଚନା ମଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking