28.1 C
Bhubaneswar
Saturday, April 27, 2024
Homeଅପରାଧନାବାଳିକା ଅପହରଣ ମାମଲା : ୩ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ

ନାବାଳିକା ଅପହରଣ ମାମଲା : ୩ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ

ବାରିପଦା:ଜନୈକ ନାବାଳିକା ଅପହରଣ ମାମଲାର ବିଚାରକରି ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୌରାଜଜ୍ ତଥା ପୋକସୋ ଆଇନ୍ ସ୍ୱତନ୍ତ୍ର ଅଦାଲତର ପ୍ରଜାଇଡିଂ ଅଫିସର ସୁମିତା ଜେନା ରରୁଆଁ ଥାନା ଫୁଲଗୁନ୍ଥା ଗ୍ରାମର ୩ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସାମୀମାନଙ୍କୁ ଆଜି କାରାଦଣ୍ଡାଦେଶ ଦିଆଯାଇଛି । ଦୋଷୀ ସାବ୍ୟସ୍ତ ମୁଖ୍ୟ ଅଭିଯୁକ୍ତ କିଶୋର ପୂର୍ଭି ଓରଫ ବାବୁଲକୁ ୩୬୩ ଦଫାରେ ୨ବର୍ଷ ଜେଲ ସହ ୧ ହଜାର ଟଙ୍କା ଜୋରିମାନା ଓ ଜୋରିମାନା ଅନାଦେୟ ଦେଲେ ଆଉ ଅଧିକ ୬ ମାସ କାରାଦଣ୍ଡାଦେଶ ଭୋଗିବାକୁ ପଡ଼ିବ । ଅନ୍ୟ ଦୁଇ ସହଯୋଗୀ ଅଭିଯୁକ୍ତ ଅଶୋକ କୁମାର ନାଏକ ଓ ଘାସିରାମ ନାଏକଙ୍କୁ ୩୬୩ ଓ ୧୦୯ ଦଫାରେ ୨ବର୍ଷ କାରାଦଣ୍ଡାଦେଶ ସହ ୩ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି ।

ଜରିମାନା ଅନାଦେୟ ହେଲେ ଅତିରିକ୍ତ ୧ ମାସ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଥିବା ପ୍ରକାଶ । ଏଥିସହିତ ପୀଡ଼ିତାଙ୍କୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମୟୂରଭଞ୍ଜ ଆଇନ ସେବା ପ୍ରାଧିକରଣ ସମ୍ପାଦକଙ୍କୁ ରାୟ ନିକଲ ଦେବା ସହ ସୂଚନା ଦିଆଯାଇଛି । ମାମଲାକୁ ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ । ପ୍ରକାଶ ଯେ ୨୦୧୪ ଅଗଷ୍ଟ ୨୦ରେ ପୀଡ଼ିତା ନାବାଳିକାଙ୍କ ୨୦ରେ ପୀଡ଼ିତା ନାବାଳିକାଙ୍କ କକାଙ୍କ ଅଭିଯୋଗକ୍ରମେ ରରୁଆଁ ଥାନାରେ ଏକ ମାମଲା ବିଭିନ୍ନ ଦଫାରେ ରୁଜୁ ହୋଇଥିଲା ।

ଅଭିଯୋଗ ଅନୁଯାୟୀ ତାଙ୍କ ଝିଆରି ପୂର୍ବାହ୍ନ ୧୦ଟାେରେ ସାଇକେଲରେ ବିଦ୍ୟାଳୟକୁ ଯିବା ରାସ୍ତାରେ ଅଭିଯୁକ୍ତମାନେ ତାଙ୍କୁ ଜୋର ଜବରଦସ୍ତ ଏକ ଇଣ୍ଡିକା କାର ଯୋଗେ କେନ୍ଦୁଝର ଅଭିମୁଖେ ନେଇଯାଇଥିଲେ । ପରିବାର ବର୍ଗ ସବୁଆଡ଼େ ଖୋଜାଖୋଜି କରି ନ ପାଇବାରୁ ରରୁଆଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରି କେନ୍ଦୁଝରରୁ ମୁଖ୍ୟ ଅଭିଯୁକ୍ତ କିଶୋର ପୂର୍ତ୍ତିଙ୍କ ଭାଇଙ୍କ ଘରୁ ନାବାଳିକାକୁ ଉଦ୍ଧାର କରି ଆଣିଥିଲା । କୁଆଡ଼େ ମୁଖ୍ୟ ଅଭିଯୁକ୍ତ ତାକୁ ବିବାହ ଉଦ୍ଦେଶ୍ୟରେ ଅପହରଣ କରିଥିବା ପୀଡ଼ିତା ପୁଲିସ ଓ ମାଜିଷ୍ଟ୍ରେଟଙ୍କୁ ବୟାନ ଦେଇଥିଲା । ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking