30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଏଥର ଆଗୁଆ ଆସିପାରେ ମୌସୁମୀ

ଏଥର ଆଗୁଆ ଆସିପାରେ ମୌସୁମୀ

ନୂଆଦିଲ୍ଲୀ: ଚଳିତବର୍ଷ ଦେଶରେ ମୌସୁମୀର ଆଗୁଆ ଆଗମନ ସମ୍ଭାବନା ରହିଛି। ବିଶେଷଜ୍ଞଙ୍କ ମତରେ ଭାରତ ମହାସାଗର ଡାଇପୋଲ୍ (ଆଇଓଡି) ଏବଂ ଲା ନିନା ପରିସ୍ଥିତି ଏକସଙ୍ଗରେ ସକ୍ରିୟ ହୋଇଥିବାରୁ ଏକ ବିରଳ ପାଣିପାଗ ଘଟଣା ଏହି ସମ୍ଭାବନାକୁ ପ୍ରୋତ୍ସାହିତ କରୁଛି। ମୌସୁମୀର ଶୀଘ୍ର ଆଗମନ ବ୍ୟତୀତ ସମଗ୍ର ଦେଶରେ ଅଧିକ ପରିମାଣର ବର୍ଷା ସମ୍ଭାବନା ମଧ୍ୟ ରହିଛି। ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକ ଏଥିରୁ ଆଗୁଆ ମୁକ୍ତି ପାଇବା ଆଶା ରହିଛି। ଦେଶର ଅନେକ ସ୍ଥାନରେ ସମ୍ଭାବ୍ୟ ପ୍ରବଳ ବର୍ଷା ସହିତ ଏକ ଶକ୍ତିଶାଳୀ ମୌସୁମୀ ଅନୁକୂଳ ପରିସ୍ଥିତି ଲା ନିନା ପ୍ରଭାବରେ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ‘ଭାରତ ମହାସାଗର ଡାଇପୋଲ’ ହେଉଛି ଭାରତ ମହାସାଗରକୁ ପ୍ରଭାବିତ କରୁଥିବା ଏକ ଜଳବାୟୁ ଢାଞ୍ଚା ଯାହା ସକାରାତ୍ମକ ପର୍ଯ୍ୟାୟରେ ଭାରତ ମହାସାଗରର ପଶ୍ଚିମ ଭାଗକୁ ଉଷ୍ମ ଜଳ ପହଞ୍ଚାଉଥିବା ବେଳେ ପୂର୍ବ ଭାରତ ମହାସାଗରରେ ଥଣ୍ଡା ଗଭୀର ଜଳକୁ ପୃଷ୍ଠ ଭାଗକୁ ଆଣିଥାଏ। କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ଥଣ୍ଡା ତାପମାତ୍ରା ଏବଂ ଭାରତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରାରେ ପରିବର୍ତ୍ତନ କାରଣରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି। ଏହା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଯଥେଷ୍ଟ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି। ଅଧିକାଂଶ ପାଣିପାଗ ମଡେଲ ଦ୍ବାରା ଭାରତ ମହାସାଗରରେ ଏକ ସକାରାତ୍ମକ ଆଇଓଡି ପର୍ଯ୍ୟାୟ ସୂଚିତ କରାଯାଇଛି, ଯାହା ପ୍ରଶାନ୍ତ ମହାସାଗରରେ ଲା ନିନା ଗଠନ ସହିତ ମେଳ ଖାଉଛି। ଏଲ୍ ନିନୋ ଦ୍ରୁତ ଗତିରେ ଲା ନିନାରେ ପରିଣତ ହେଉଥିବାରୁ ପ୍ରଭାବରେ ମୌସୁମୀ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking