28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ମୋଦି ଓ ଆଦିତ୍ୟ ଯୋଗୀଙ୍କ...

ରାହୁଲ ଗାନ୍ଧୀଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ମୋଦି ଓ ଆଦିତ୍ୟ ଯୋଗୀଙ୍କ କୁଶପୁତ୍ତଳିକା ଦାହ

ଯାଜପୁର -ଗତ କାଲି ଉତ୍ତର ପ୍ରଦେଶ ହାଥରସ ର ମନୀଷା ଙ୍କ ପରିବାର ଙ୍କୁ ମାନ୍ୟବର ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଦେଖା କରିବାକୁ ଯାଉଥିବାବେଳେ ଉତ୍ତର ପ୍ରଦେଶ ର ପୋଲିସ ବାଟରେ ଅଟକାଇ ବର୍ବରୋଚିତ ଭାବେ ଶ୍ରୀ ଗାନ୍ଧୀ ଙ୍କୁ ତଳେ ପକାଇ ଯେଭଳି ଭାବେ ଆକ୍ରମଣ କଲେ ଏହା ବି ଜେ ପି ସରକାର ର ଗଣତନ୍ତ୍ର ପ୍ରତି ଶକ୍ତ ଆଘାତ  ଅଟେ !ଉତ୍ତର ପ୍ରଦେଶ ର ବି ଜେ ପି ସରକାର ଯେଭଳି ଭାବେ ବଲାତ୍କାରୀ ମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ସେମାନଙ୍କୁ ଘଣ୍ଟ ଘୋଡାଇବା ସହିତ ବିରୋଧୀ ଦଳର ନେତା ମାନଙ୍କୁ ପୀଡିତା ପରିବାର କୁ ଦେଖା କରିବାର ସୁଯୋଗ ନଦେବା ଯୋଗୀ ଶାସନ ର ଜଙ୍ଗଲୀ ରାଜ ର ସଦ୍ୟ ପ୍ରମାଣ ଅଟେ !ଏହାର ପ୍ରତିବାଦ ରେ ଆଜି କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଗୋପବନ୍ଧୁ ଛକ ଠାରେ ପୁଞ୍ଜିପତି ମାନଙ୍କ ରକ୍ଷା କବଚ ସାଜିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କ କୁଶାସନ ବିରୁଦ୍ଧରେ ବିଭିନ୍ନ ଧ୍ଵନି ଦେବା ସହିତ କଂଗ୍ରେସ ର ଶତାଧିକ କର୍ମୀ ପ୍ରଧାନମନ୍ତ୍ରୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଦୁହିଁଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ !ଏହି କାର୍ଯ୍ୟକ୍ରମ ରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି, ବ୍ୟାସନଗର କଂଗ୍ରେସ କମିଟି ସଭାପତି ତପନ କୁମାର ନାୟକ, କୋରେଇ କଂଗ୍ରେସ କମିଟି ସଭାପତି ମଧୁସୂଦନ ସାହୁ, ରାଜ୍ୟ ମହିଳା କଂଗ୍ରେସ ର ସମ୍ପାଦିକା ନିର୍ମଳା ମଲ୍ଲିକ,ସୁଧାନିଧି ମହାପାତ୍ର,  ଦିଲ୍ଲୀପ ମଲ୍ଲିକ, ଶ୍ରମିକ ନେତା ପରମାନନ୍ଦ ସେଠୀ, ଜଗବନ୍ଧୁ ନାୟକ, ଅନୁସୟା ଯେନା, ପ୍ରଭାତ ମହାପାତ୍ର, ଚନ୍ଦ୍ରକାନ୍ତ ଖଣ୍ଡାଇ, ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ବିଜୟ କୁମାର ବୋଇତାଇ, ପଦ୍ମନାଭ ନାୟକ,ଦିଲ୍ଲୀପ କୁମାର ଯେନା, ନରହରି ବେହେରା,  ନିରଞ୍ଜନ ନାୟକ,ଶ୍ୟାମସୁନ୍ଦର ଯେନା, ପ୍ରଦୀପ କୁମାର ବଳ, ସନ୍ତୋଷ ଆଇଚ, ଗଜେନ୍ଦ୍ର କର, ଭରତ ଚନ୍ଦ୍ର ସାହୁ, ନରହରି କୁଆଁର, ଅମୁଲ୍ୟ କୁମାର ରାଜ, ଅମର ସାମଲ ସାମିଲ ରହିଥିଲେ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking