ଲଭଲୀକୁ ମିଳିଲା ପ୍ରଶସାନର ସହାୟତା

କେନ୍ଦୁଝର :  ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁ ର ଲବଲି ଗୁରୁତର ଚର୍ମ ରୋଗରେ ପୀଡିତ ଅଛି । ଜନ୍ମ ତିନି ମାସ ପର ଠାରୁ ଏହି ଦୂରାରୋଗ୍ୟ ଚର୍ମ ରୋଗରେ ପୀଡିତ ଅଛି । ତାର ବାପାମା ଗରିବ ଶ୍ରେଣୀର ହୋଇଥିବାରୁ ବହୁ କଷ୍ଟ ରେ ତାକୁ ଚିକିତ୍ସା କରି ବଞ୍ଚାଇ ରଖିଛନ୍ତି । କିନ୍ତୁ ଲକ ଡାଉନ ପରେ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଏହାର ପ୍ରଭାବ ମଧ୍ୟ ଲବଲି ଉପରେ ପଡିଥିଲା । ଅର୍ଥାଭାବରୁ ତାର ଚିକିତ୍ସା ହୋଇପାରିନଥିବାରୁ ତାର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଉକ୍ତ ଖବର ଓ ଏନଏ ଖବରରେ ପ୍ରକାଶ ହୋଇଥିଲା । ଏହି ଖବର ପ୍ରକାଶନ ପରେ ଲଭଲି କୁ ସହାୟତା ର ହାତ ବଢାଇଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଏକ ମେଡିକାଲ ଟିମ ଲବଲି ର ପରିବାରକୁ ତାଙ୍କ ଗ୍ରାମରୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରୀକ୍ଷା ପରେ ଲବଲି କୁ କଟକ ବଡ଼ ମେଡିକାଲ କୁ ଅଧିକ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here